ନକଲି ଔଷଧ ବିକ୍ରି ଅଭିଯୋଗରେ ଦୁଇଟି ଦୋକାନ ସିଲ୍

Jul 7, 2023 - 11:33
 0  5
ନକଲି ଔଷଧ ବିକ୍ରି ଅଭିଯୋଗରେ ଦୁଇଟି ଦୋକାନ ସିଲ୍

ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ଅନୁଗୁଳ ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ଗୋଟିଏ ଔଷଧ ଦୋକାନ ଓ ଆଉ ଏକ ହୋଲସେଲ ଦୋକାନ ସିଜ । ଏଥିସହ ଷ୍ଟୋର ମାଲିକଙ୍କ ନାମରେ ଥାନାରେ ଏତଲା ଦିଆ ଯାଇଛି। ଦୁଇ ଦୋକାନରେ ପାଣ୍ଟାସିଡ ଡିଏସଆର ନାମକ ନକଲି ମେଡିସନ୍ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଯାହାକି ଗ୍ୟାଷ୍ଟିକ ରୋଗ ପାଇଁ ବ୍ୟବହାର ହୋଇଥାଏ । ଏନେଇ ଷ୍ଟେଟ ଟାସ୍କଫୋର୍ସ ନିକଟରେ ଅଭିଯୋଗ ପରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ତଦନ୍ତ କରିଥିଲା ।

କିଛି ଦିନ ପୂର୍ବେ ଅନୁଗୁଳ ଜିଲ୍ଲାପାଳ ମା ବୁଢ଼ୀ ଦୋକାନରୁ ମେଡ଼ିସିନ ନେଇ ବ୍ୟବହାର କରିଥିଲେ। ସେହି ମେଡ଼ିସିନ ନକଲି ବୋଲି ଜାଣିବାକୁ ପାଇଲେ। ଫଳରେ ସେ ଏନେଇ ରାଜ୍ୟ ଡ୍ରଗସ କଣ୍ଟ୍ରୋଲ ବିଭାଗକୁ ଜଣାଇ ଥିଲେ। ଏହାପରେ ରାଜ୍ୟ ଡ୍ରଗସ କଣ୍ଟ୍ରୋଲ ବିଭାଗର ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡର ସହକାରୀ ଡ୍ରଗ୍ସ କଂଟ୍ରୋଲର ଧର୍ମଦେଵ ପୁହାନ, ତୁଷାର ରଂଜନ ପାଣିଗ୍ରାହୀ, ଡ଼ିଆଇ ହରିପ୍ରିୟା ମଲ୍ଲିକ ଏବଂ ଅନୁଗୁଳ ଡ଼ିଆଇ ପ୍ରମୁଖ ଏକଜୁକୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଔଷଧ ଗୁଡିକର ମାନ ଯାଞ୍ଚ କରିଥିଲେ। ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ବହୁ ପ୍ରକାର ଔଷଧ ନକଲି ବୋଲି ଜଣା ପଡିଥିଲା। ଫଳରେ ମେଡ଼ିସିନ ଷ୍ଟୋରକୁ ସିଲ କରିଥିଲେ। ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। ମା ବୁଢ଼ୀ ଔଷଧ ଦୋକାନର ମାଲିକ ସୁଦୀପ ପ୍ରଧାନ ହୋଇଥିବା ବେଳେ ସେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବୋଲି ଜଣାପଡିଛି ।

ଉଲେଖଯୋଗ୍ୟ ଯେ, ଶିଳ୍ପ ବହୁଳ ଅନୁଗୋଳ ଜିଲାରେ ୫୦ ଭାଗ ଔଷଧ ଦୋକାନରେ ନକଲି ଔଷଧ ବିକ୍ରି ହେଉଛି । କିନ୍ତୁ ସ୍ଥାନୀୟ ଡ୍ରଗ୍ସ ଇନିସ୍ପେକ୍ଟର ସବୁ ଜାଣି ଚୁପ ରହୁଥିବା ଅଭିଯୋଗ ହେଉଛି । ଡ୍ରଗ୍ସ ଇନସ୍ପେକ୍ଟର ଲୋକଙ୍କ ଠାରୁ ଅଭିଯୋଗ ପାଇଲେ ମଧ୍ୟ ଗୋଟିଏ ଦିନ ବି କୌଣସି ଦୋକାନରେ ଔଷଧର ମାନ ପରୀକ୍ଷା କରିନାହାନ୍ତି ।ଏ ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ କେବେବି ଜିଲ୍ଲା ଡ୍ରଗ୍ସ ବିଭାଗ ପକ୍ଷରୁ ନକଲି ଔଷଧ ବିକ୍ରେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.