ONGC ରେ  ନିଯୁକ୍ତି ସୁଯୋଗ, ପୂରଣ ହେବ ୨,୫୦୦ ପଦବୀ

Sep 7, 2023 - 15:38
 0  12
ONGC ରେ  ନିଯୁକ୍ତି ସୁଯୋଗ, ପୂରଣ ହେବ ୨,୫୦୦ ପଦବୀ

ONGC ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ  ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨,୫୦୦ ପଦବୀ ପୂରଣ ହେବ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୨୦। ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍ (ONGC) ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨,୫୦୦ ପଦବୀ ପୂରଣ ହେବ। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ONGC ର ଅଫିସିଆଲ୍ ୱେବ୍‌ସାଇଟ୍ ongcindia.com କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏଥି ନିମନ୍ତେ ଶିକ୍ଷାଗତ ଯୋଗ୍ୟତା: ସ୍ନାତକ ଆପ୍ରେଣ୍ଟିସ୍ - BA / B.Com/ B.Sc/ BBA / BE / B.Tech, ଡିପ୍ଲୋମା ଆପ୍ରେଣ୍ଟିସ୍: ଡିପ୍ଲୋମା, ଟ୍ରେଡ୍ ଆପ୍ରେଣ୍ଟିସ୍: ଦଶମ / ଦ୍ୱାଦଶ / ITI, ବୟସ ସୀମା: ସର୍ବନିମ୍ନ ବୟସ ୧୮– ୨୦ ବର୍ଷ ହୋଇଥିବା ଦରକାର। ବୟସ ଗଣନା ୨୦ ସେପ୍ଟେମ୍ବର ୨୦୨୩ ଆଧାରରେ ହେବ। ଏସ୍‌ସି / ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ୫ ବର୍ଷ କୋହଳ । ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ କୋହଳ। PWBD ବର୍ଗର ପ୍ରାର୍ଥୀଙ୍କୁ ୧୦ ବର୍ଷ କୋହଳ। ଦରମା: ସ୍ନାତକ ଆପ୍ରେଣ୍ଟିସ୍ – ୯,୦୦୦ ଟଙ୍କା, ଡିପ୍ଲୋମା ଆପ୍ରେଣ୍ଟିସ୍ –୮,୦୦୦ ଟଙ୍କା, ଟ୍ରେଡ୍ ଆପ୍ରେଣ୍ଟିସ୍ – ୭,୦୦୦ ଟଙ୍କା, ଚୟନ ପ୍ରକ୍ରିୟା: ଯୋଗ୍ୟତା ପରୀକ୍ଷାରେ ପ୍ରାପ୍ତ ମାର୍କ ଡକ୍ୟୁମେଣ୍ଟ୍ ଯାଞ୍ଚ ଡାକ୍ତରୀ ଟେଷ୍ଟ୍ ଆବଶ୍ୟକ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.