'ଦି ପ୍ରେସିଡେଣ୍ଟ ଅଫ ଭାରତ’କୁ ନେଇ କଂଗ୍ରୋସର ଅସନ୍ତୋଷ

Sep 5, 2023 - 18:05
 0  4
'ଦି ପ୍ରେସିଡେଣ୍ଟ ଅଫ ଭାରତ’କୁ ନେଇ  କଂଗ୍ରୋସର  ଅସନ୍ତୋଷ

ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯିବାକୁ ନେଇ ରାଜନୀତି ବଢିବାରେ ଲାଗିଛି। ବିରୋଧୀ ଦଳମାନେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ଜବାବ ରଖିଛନ୍ତି। କେନ୍ଦ୍ର ସରକାର ଦେଶର ନାମ ପରିବର୍ତ୍ତନ କରୁଥିବା ସେ ଅଭିଯୋଗ କରିଛନ୍ତି। “ହିନ୍ଦୀରେ ଆମେ ସମସ୍ତେ ‘ଭାରତ’ କହୁଛୁ, ଏଥିରେ ନୂଆ କ’ଣ? ସାରା ବିଶ୍ୱ ‘ଭାରତ’ ନାମ ଜାଣେ, ହଠାତ୍ ଏମିତି କ’ଣ ହେଲା ଯେ ସେମାନଙ୍କୁ (କେନ୍ଦ୍ର ସରକାରଙ୍କୁ) ଦେଶର ନାମ ବଦଳାଇବାକୁ ପଡ଼ିଲା?” ଏହା ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ମୋଦୀ ସରକାର ଦେଶର ନାମ ପରିବର୍ତ୍ତନ କରୁଥିବା ଅଭିଯୋଗ କରିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, …। ଆଜି ସେମାନେ (କେନ୍ଦ୍ର ସରକାର) ଭାରତର ନାମ ପରିବର୍ତ୍ତନ କରିଛନ୍ତି। ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ କାର୍ଡରେ ‘ଭାରତ’ ଲେଖା ଯାଇଛି… ଇଂରାଜୀରେ ଆମେ ଇଣ୍ଡିଆ ଓ ଇଣ୍ଡିଆନ କନଷ୍ଟିଚ୍ୟୁସନ କହିଥାଉ ଏବଂ ହିନ୍ଦୀରେ ଆମେ ଭାରତର ସମ୍ବିଧାନ କହିଥାଉ। ଆମେ ସମସ୍ତେ ‘ଭାରତ’ କହିଥାଉ, ଏଥିରେ ନୂଆ କ’ଣ? କିନ୍ତୁ ଭାରତ ନାମ ସାରା ବିଶ୍ୱ ଜାଣେ। ହଠାତ୍ ଏମିତି କ’ଣ ହେଲା ଯେ ସେମାନଙ୍କୁ ଦେଶର ନାମ ବଦଳାଇବାକୁ ପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି।

ଅପରପକ୍ଷରେ  -୨୦ ଶିଖର ସମ୍ମିଳନୀ ଅଵସରରେ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଭାରତ ଗସ୍ତରେ ଆସିବେ। ଆଉ ରାଷ୍ଟ୍ରପତି ଏମାନଙ୍କୁ ଏକ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି | ତେବେ ରାତ୍ରି ଭୋଜନ ପାଇଁ ପଠାଯାଇଥିବା ନିମନ୍ତ୍ରଣ ପତ୍ରକୁ ନେଇ ଏବେ ବିବାଦ ଦେଖାଦେଇଛି। ଯେଉଁଥିରେ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ବୋଲି ଲେଖାଯାଇଛି। ଯାହାକୁ ନେଇ କଂଗ୍ରେସ ତୀବ୍ର ବିରୋଧ କରିଛି। କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟର(ଏକ୍ସ)ରେ ଲେଖିଛନ୍ତି ଯେ, ‘ଏହି ଖବର ବାସ୍ତବରେ ସତ୍ୟ। ସେପ୍ଟେମ୍ବର ୯ ରେ ହେବାକୁ ଥିବା ଜି -୨୦ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଯେଉଁ ନିମନ୍ତ୍ରଣ ପତ୍ର ପଠାଯାଇଛି ସେଥିରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାଯାଇଛି।

ଏଭଳି ଲେଖାଯାଇ ରାଜ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରାଯାଉଛି। ” ରମେଶଙ୍କ ଏଭଳି ସମାଲୋଚନା ପରେ ବିଜେପି ମଧ୍ୟ କଂଗ୍ରେସକୁ ଆକ୍ଷେପ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଚାରିଛନ୍ତି ଯେ କଂଗ୍ରେସର ଅସୁବିଧା କଣ ? ଦେଶର ସମ୍ମାନ ଓ ଗୌରବ ସହ ଜଡିତ ପ୍ରତ୍ୟେକ ବିଷୟ ଉପରେ କଂଗ୍ରେସ କାହିଁକି ଏତେ ଆପତ୍ତି କରୁଛି? ‘ଭାରତ ଯୋଡୋ’ ନାମରେ ରାଜନୈତିକ ଯାତ୍ରା କରୁଥିବା କଂଗ୍ରେସ ଭାରତ ମାତା କି ଜୟଙ୍କ ସ୍ଲୋଗାନକୁ କାହିଁକି ଘୃଣା କରୁଛି ? ଏଥିରୁ ସ୍ପଷ୍ଟ ଯେ କଂଗ୍ରେସର ମନରେ ନା ଦେଶ ପ୍ରତି ସମ୍ମାନ ଅଛି, ନା ଦେଶର ସମ୍ବିଧାନ ପ୍ରତି ନା ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ସମ୍ମାନ ଅଛି । ଏମାନେ କେବଳ ଏକ ନିର୍ଦ୍ଦିଷ୍ଟ ପରିବାରର ପ୍ରଶଂସା ପାଇଁ ଚିନ୍ତିତ। କଂଗ୍ରେସର ଜାତୀୟ ବିରୋଧୀ ତଥା ସାମ୍ବିଧାନିକ ବିରୋଧୀ ଉଦ୍ଦେଶ୍ୟକୁ ସମଗ୍ର ଦେଶ ଭଲଭାବେ ଜାଣିଛନ୍ତି। “

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.