ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି ୨୦ ଯୁବ ସମାରୋହ ଓ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

Oct 4, 2023 - 16:18
 0  6
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି ୨୦ ଯୁବ ସମାରୋହ ଓ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଆକାଶବlଣୀ କଟକ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ଜି 20 କାର୍ଯ୍ୟକ୍ରମର ଏକ ଅଂଶ ଭାବେ 'ବସୁଧେବ କୁଟୁମ୍ବକମ' ର ବାର୍ତ୍ତା ନେଇ ଏକଦିବସୀୟ 'ଯୁବ ଉତ୍ସବ ଓ ସଂଗୀତ ବିଚିତ୍ରା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I

ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଜି 20 କାର୍ଯ୍ୟକ୍ରମରେ ଆମ ଉତ୍କଳୀୟ ସଂସ୍କୃତି, ପରମ୍ପରା, କଳା ସ୍ଥାପତ୍ୟ, ଭାସ୍କର୍ଯ୍ୟ ପ୍ରଭୃତି ସଫଳତାର ସହ ସ୍ଥାନ ପାଇ ସମଗ୍ର ବିଶ୍ୱରେ ତାହାର ଗୌରବ ବୃଦ୍ଧିରେ କିପରି ସହାୟକ ହୋଇଛି ଓ ଆମ ସଂସ୍କୃତିକୁ ବିକଶିତ କରିଛି,ତାହାର ସୂଚନା ଦେଇଥିଲେ I

ଏହିପରି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଗୌରବ ବୃଦ୍ଧିରେ ସହାୟକ ହୋଇଥିବାରୁ ସେ ଆକାଶବାଣୀ କଟକ କେନ୍ଦ୍ରକୁ ଧନ୍ୟବାଦ ଅର୍ପଣ କରିଥିଲେ.ପ୍ରାରମ୍ଭରେ କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ନିଷ୍ପାଦକ ଅନନ୍ତ ପ୍ରସାଦ ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ I

କେନ୍ଦ୍ରର ଅନ୍ୟତମ କାର୍ଯ୍ୟକ୍ରମ ନିଷ୍ପାଦକ ଦୁର୍ଗା ମାଝୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ I ଏଥିରେ ବିଶିଷ୍ଟ ସଂଗୀତ ଶିଳ୍ପୀ ଗୀତା ମଞ୍ଜରୀ ବେହେରା ଓଡିଶୀ, ଛାନ୍ଦ,ଗୀତଗୋବିନ୍ଦ ସମ୍ପର୍କିତ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରିଥିଲେ I ଅନ୍ୟ ଏକ କାର୍ଯ୍ୟକ୍ରମରେ ଗୁରୁ ସ୍ଵପ୍ନେଶ୍ଵର ଚକ୍ରବର୍ତ୍ତୀ ଓ ଶ୍ରୀନିବାସ ଶତପଥୀ ଯୁଗଳବନ୍ଦୀରେ ସୀତାର ଓ ବଂଶୀ ବାଦନ କରି ଦର୍ଶକଙ୍କ ମନ ମୋହିଥିଲେ I

ଏହି କାର୍ଯ୍ୟକ୍ରମ ରେ ଗୁରୁ ଧନେଶ୍ୱର ସ୍ୱାଇଁ, ବୁଦ୍ଧିନାଥ ସ୍ୱାଇଁ, ବିଶ୍ୱରଂଜନ ନନ୍ଦଙ୍କ ସମେତ ପ୍ରଫେସର ସଂଗୀତା ଗୋସାଇଁ ଉପସ୍ଥିତ ରହି ଉପସ୍ଥିତ ଶ୍ରୋତାଙ୍କୁ ଉତ୍ସlହିତ କରିଥିଲେ I ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ବିଭାଗ ମୁଖ୍ୟ ଡ଼. ଚକ୍ରଧର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ଼. ମନୋରଞ୍ଜନ ପ୍ରଧାନ, ଡ଼. ସମ୍ବରୁ ସୋବାର,ଡ଼. ଜବାହର ମିଶ୍ର, ଅଧ୍ୟାପକ ସନ୍ଦୀପ ରାଉତ, ଡ଼. ନୀଳାଦ୍ରି କଲ୍ୟାଣ ଦାସଙ୍କ ସମେତ ବହୁତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ I ଆକାଶବାଣୀ  କଟକ କେନ୍ଦ୍ର ପକ୍ଷରୁ କାର୍ଯ୍ୟକ୍ରମ ନିଷ୍ପାଦକ ଡ଼ ସୁମିତ୍ରା ଗୋସାଇଁ ଧନ୍ୟବାଦ ଅର୍ପଣ କରିଥିଲେ I

What's Your Reaction?

like

dislike

love

funny

angry

sad

wow