ଛତିଶଗଡ ରାଜ୍ୟପାଳ ଦେଖିଲେ ଫୋଟୋ ପ୍ରଦର୍ଶନୀ

Aug 21, 2023 - 22:35
 0  28
ଛତିଶଗଡ ରାଜ୍ୟପାଳ ଦେଖିଲେ ଫୋଟୋ ପ୍ରଦର୍ଶନୀ
ଛତିଶଗଡ ରାଜ୍ୟପାଳ ଦେଖିଲେ ଫୋଟୋ ପ୍ରଦର୍ଶନୀ

ଭୁବନେଶ୍ୱର: ଛତିଶଗଡ଼ ରାଜ୍ୟପାଳ ମାନନୀୟ ବିଶ୍ଵଭୁଷଣ ହରିଚନ୍ଦନ ନବିନ ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଉତ୍ସବ ଅବସରରେ ଆୟୋଜିତ ଦ୍ଵିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ l

ଏହି ପ୍ରଦର୍ଶନୀ ରେ ସ୍ଥାନିତ ହୋଇଥିବା ଗ୍ରାମ୍ୟଜୀବନ, ପ୍ରକୃତି ଓ ବନ୍ୟଜନ୍ତୁ ଏବଂ ଭାବ ଓ ଭଙ୍ଗୀ ଆଧାରୀତ ଫଟୋ ଗୁଡିକୁ ଦେଖି ରାଜ୍ୟପାଳ ବେଶ ଖୁସି ହୋଇଥିଲେ l

ସବୁ ଫଟୋ ଗୁଡିକ ଜୀବନ୍ତ ଓ ଫଟୋ ପ୍ରଦର୍ଶନୀ ବହୁତ ଆକର୍ଷଣୀୟ ହୋଇଥିବା କହିଛନ୍ତି l ଏଥି ସହିତ ସେ ଆୟୋଜକ ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର ଟ୍ରଷ୍ଟ ର ଅଧକ୍ଷ ଫଟୋ ସାମ୍ବାଦିକ ଲକ୍ଷ୍ମୀକାନ୍ତ ଦାସ (ନବିନ)ଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଏହିଭଳି ଉଦ୍ୟମ ଜାରି ରଖିବାକୁ ଶୁଭେଚ୍ଛା ଜଣାଇଛନ୍ତି l

ସୂଚନାଯୋଗ୍ୟ କି ଏହି ପ୍ରଦର୍ଶନୀ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଆୟୋଜିତ ହୋଇଛି ଏବଂ ଏହା ଆସନ୍ତାକାଲି ଉଦଯାପିତ ହେବ l ଏହି ପ୍ରଦର୍ଶନୀ ରେ ରାଜ୍ୟରୁ 80ଜଣ ପ୍ରତିଯୋଗୀଙ୍କ 253ଟି ଫଟୋ ପ୍ରଦର୍ଶିତ ହୋଇଛି l

What's Your Reaction?

like

dislike

love

funny

angry

sad

wow