୨୨୮ ରନରେ ପାକିସ୍ତାନ ଟିମ୍ କୁ ହରାଇା ଭାରତ

Sep 12, 2023 - 10:43
 0  3
୨୨୮ ରନରେ  ପାକିସ୍ତାନ ଟିମ୍ କୁ ହରାଇା ଭାରତ

କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପର ସୁପର-୪ ମ୍ୟାଚରେ ପାକିସ୍ତାନକୁ ୨୨୮ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ପାକିସ୍ତାନ ବିପକ୍ଷରେ ଭାରତର ଏହା ଅନ୍ୟତମ ବୃହତ୍ ବିଜୟ । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭାରତ ଉନ୍ନତ ପ୍ରଦର୍ଶନ କରି ପାକିସ୍ତାନକୁ ପରାସ୍ତ କରିଛି। ଭାରତ ଦ୍ବାରା ୩୫୭ ରନର ଟାର୍ଗେଟ ରଖାଯାଇଥିବାବେଳେ ପାକିସ୍ତାନ ୩୨ ଓଭରରେ ୧୨୮ ରନ କରିପାରିଥିଲା। ନସିମ ଶାହ ଓ ହାରିସ ରୌଫ ରିଟାୟାର୍ଡ ହଟ ହେବାଯୋଗୁଁ ବ୍ୟାଟିଂ କରିବାକୁ ଆସି ନଥିଲେ । ଭାରତ ପକ୍ଷରୁ କୂଳଦୀପ ଯାଦବ ୫ଟି ଓ୍ବିକେଟ ନେଇଥିଲେ। ଭାରତ ଗତକାଲିର ନିଜର ଅସମାପ୍ତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା । ବିରାଟ ଓ ରାହୁଲ ଆରମ୍ଭରୁ ସତର୍କତାର ସହ ଖେଳି ସ୍କୋରକୁ ଆଗେଇ ନେଇଥିଲେ ଓ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ଉଭୟ ବ୍ୟାଟର ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ଦଳୀୟ ସ୍କୋରକୁ ୩୦୦ ସେପଟକୁ ନେଇଯାଇଥିଲେ। ପ୍ରଥମେ ରାହୁଲ ନିଜର ଶତକ ପୂରଣ କରିବା ପରେ ବିରାଟ କୋହଲି ନିଜର ଶତକ ପୂରଣ କରିଥିଲେ । ଉଭୟ ବ୍ୟାଟରଙ୍କ ଅପରାଜିତ ଶତକ ବଳରେ ଭାରତ ୫୦ ଓଭରରେ ୨ ଓ୍ବିକେଟ ହରାଇ ୩୫୬ ରନ କରିଥିଲା । ବିରାଟ ଅପରାଜିତ ୧୨୨ରନ କରିଥିବାବେଳେ ରାହୁଲ ଅପରାଜିତ ୧୧୧ ରନ କରିଥିଲେ । ଉଭୟ ବ୍ୟାଟର ପାକିସ୍ତାନୀ ବୋଲରମାନଙ୍କୁ ନିର୍ମମ ପ୍ରହାର କରିଥିଲେ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.