୨୦ହଜାର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ :ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ କହିଲେ ଗଣଶିକ୍ଷା ମନ୍ତ୍ରୀ

The issue of recruitment of 20,000 teachers: Primary teachers will be appointed again, said the Minister of Public Education

Aug 23, 2023 - 13:34
Aug 23, 2023 - 13:36
 0  9
୨୦ହଜାର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ :ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ କହିଲେ ଗଣଶିକ୍ଷା ମନ୍ତ୍ରୀ

୨୦ହଜାର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସ୍ପଷ୍ଟୀକରଣ ଦେଇଛନ୍ତି। ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ । କିନ୍ତୁ ଭିନ୍ନ ଢଙ୍ଗରେ ଏହି କାମ କରିଛନ୍ତି । ଏଥିପାଇଁ କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏଣିକି ଜିଲ୍ଲା ପରିଷଦ ଅଧିନରେ ରହିବ କନିଷ୍ଠ ଶିକ୍ଷକ ନିଯୁକ୍ତି । ଜିଲ୍ଲା ପରିଷଦ ସ୍ତରରେ ଏକ ଚୟନ କମିଟି ଗଠନ କରାଯିବ। ଏହାର ଅଧ୍ୟକ୍ଷ ରହିବେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଳା ପ୍ରକଳ୍ପ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରମୁଖ ରହିବେ। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। କନିଷ୍ଠ ଶିକ୍ଷକ ଯୋଜନାବଦ୍ଧ ନାଁରେ ପ୍ରଥମରୁ ଷଷ୍ଠ ଏବଂ ଷଷ୍ଠରୁ ଅଷ୍ଟମ ସ୍କୁଲ ଗୁଡ଼ିକରେ ସମଗ୍ର ଶିକ୍ଷା ଯୋଜନାରେ ଏହି ଶିକ୍ଷକମାନେ ନିଯୁକ୍ତି ପାଇବେ। ବିଭାଗର ଗାଇଡଲାଇନ ଅନୁସାରେ, ରାଜ୍ୟ ସରକାର ଏଲିମେଂଟାରୀ ଶିକ୍ଷା ପରିଚାଳନାକୁ ପର୍ଯ୍ୟାୟକ୍ରମେ ଜିଲ୍ଲା ପରିଷଦ ଓ ଅନ୍ୟ ପଞ୍ଚାୟତିରାଜ ଅନୁଷ୍ଠାନକୁ ହସ୍ତାନ୍ତର କରିବାକୁ ନିଷ୍ପତି ନିଆଯାଇଛି । ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଏହି ଶିକ୍ଷକ ପଦବୀ ନିମନ୍ତେ ଅନଲାଇନରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଦେବାକୁ ପଡ଼ିବ। ତେବେ ଯେଉଁମାନେ ଏହି ବର୍ଷିକିଆ ନିଯୁକ୍ତି ପାଇବେ ସେମାନେ ପରବର୍ତ୍ତୀ ବର୍ଷଗୁଡ଼ିକରେ ଚୁକ୍ତି ନବୀକରଣ କରିବେ । ଏଥିପାଇଁ ସଂପୃକ୍ତ ଶିକ୍ଷକଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ନବୀକରଣ ପୂର୍ବରୁ କନିଷ୍ଠ ଶିକ୍ଷକମାନେ ନିୟମିତ ଉପସ୍ଥାନ ଓ ସନ୍ତୋଷଜନକ ପ୍ରଦର୍ଶନ ଦର୍ଶାଇ ପ୍ରଧାନ ଶିକ୍ଷକଙ୍କ ଠାରୁ ପ୍ରମାଣ ପତ୍ର ପ୍ରଦାନ କରିବା ନିହାତି ଆବଶ୍ୟକ । ଏହି ପ୍ରମାଣପତ୍ରକୁ ଜିଲ୍ଲା ପରିଷଦରେ ଦାଖଲ କରିବା ଆବଶ୍ୟକ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.