ବିକଶିତ ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ପ୍ରମୋଦ ମିଶ୍ର

ବିକଶିତ ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ପ୍ରମୋଦ ମିଶ୍ର

Mar 1, 2024 - 17:51
 0  3
ବିକଶିତ ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ପ୍ରମୋଦ ମିଶ୍ର

କିଟ୍‍ ନଲେଜ୍‍ ଟ୍ରି ବକ୍ତୃତାମାଳା

ବିକଶିତ ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧ ।୩: ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯେଉଁ ଲକ୍ଷ୍ୟ ରହିଛି ସେଥିରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର କହିଛନ୍ତି। ଆଜି କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ନଲେଜ୍‍ ଟ୍ରି ବକ୍ତୃତାମାଳାରେ ବକ୍ତୃତା ପ୍ରଦାନ କରି ଶ୍ରୀ ମିଶ୍ର କହିଲେ କିଟ୍‍ ଓ କିସ୍‍ ପରିଦର୍ଶନ ମୋତେ ଅନନ୍ୟ ଅଭିଜ୍ଞତା ପ୍ରଦାନ କରିଛି। ଏଠାରେ ଅନ୍ତର୍ଭୁକ୍ତିକରଣ ଓ ସମ୍ଭାବ୍ୟ ବିବିଧତାକୁ ଗୁରୁତ୍ୱ ପ୍ରଦାନ କରାଯିବା ଖୁସିର ବିଷୟ। ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ପ୍ରକୃତି ଓ ସଂସ୍କୃତିର ଯତ୍ନ ଉପରେ ଗୁରୁତ୍ୱ ପ୍ରଦାନ କରିଆସୁଥିବା ବେଳେ ଏହା କିଟ୍‍ ଓ କିସ୍‍ରେ ଦେଖିବାକୁ ମିଳିଛି। ଜନଜାତି ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଓ ପ୍ରୋତ୍ସାହନ ଦିଗରେ କିସ୍‍ର କାର୍ଯ୍ୟ ପ୍ରଶଂସନୀୟ ବୋଲି ସେ କହିଥିଲେ। ବିକଶିତ ଭାରତ ନିର୍ମାଣ ପାଇଁ କ୍ଷେତ୍ର ପ୍ରସ୍ତୁତି ନିମନ୍ତେ ଯେଉଁସବୁ ଆବଶ୍ୟକତା ରହିଛି ତାହା ଗତ ୧୦ବର୍ଷ ମଧ୍ୟରେ କରାଯାଇଛି । ଆମର ଅର୍ଥନୀତି ଅଧିକରୁ ଅଧିକ ଅନ୍ତର୍ଭୁକ୍ତିକରଣ ହେବା ଆବଶ୍ୟକ। ଭାରତର ଅଭିବୃଦ୍ଧିରେ ଯୁବଗୋଷ୍ଠୀ ବିଶେଷ କରି ଛାତ୍ରଛାତ୍ରୀ ଓ ଉଚ୍ଚଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ଏ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ରହିବା ଆବଶ୍ୟକ। ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ଚିନ୍ତାନାୟକ ଭାବେ ଉଭା ହେବାକୁ ଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଗବେଷଣା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି। ବିଭିନ୍ନ କ୍ଷେତ୍ରରେ ଗବେଷଣା ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ ବରାଦ କରାଯାଇଛି। ଉଚ୍ଚ ଶିକ୍ଷଣ ସଂସ୍ଥାନ ଓ ଗବେଷଣା ଅନୁଷ୍ଠାନଗୁଡିକ ଏହାର ଫାଇଦା ନେବା ଆବଶ୍ୟକ ବୋଲି ସେ କହିଥିଲେ। ନୂତନ ଜ୍ଞାନ କୌଶଳ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗବେଷଣା କ୍ଷେତ୍ରରେ ପୂର୍ବ ଭାରତ ଏକ ପ୍ରମୁଖ ହବ୍‍ ପାଲଟିବାକୁ ଯାଉଛି। ଏ କ୍ଷେତ୍ରରେ କିଟ୍‍ ଶିକ୍ଷାନୁଷ୍ଠାନ ସମୂହ ଏକ ଭଲ ସ୍ଥାନରେ ରହିଛି ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଶ୍ରୀ ମିଶ୍ର କହିଲେ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ ସହ ନିଜର ସାମଗ୍ରିକ ବିକାଶ ପ୍ରତି ଦୃଷ୍ଟିଦେବା ଆବଶ୍ୟକ। ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ସମାଜ ପ୍ରତି ଛାତ୍ରଛାତ୍ରୀଙ୍କ କେତେ ପରିମାଣର ଯୋଗଦାନ ରହୁଛି ସେଥିପ୍ରତି ଧ୍ୟାନ ଦେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପୂର୍ବରୁ ସେ କିସ୍‍ ପରିଦର୍ଶନ କରି କିସ୍‍ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ମିଶ୍ର କହିଲେ, ଶିକ୍ଷା ହେଉଛି ସମାଜର ମୂଳଦୁଆ। ଶିକ୍ଷା ସମସ୍ତଙ୍କୁ ସଶକ୍ତ କରିଥାଏ। ଶିକ୍ଷା ଭବିଷ୍ୟତ ମାର୍ଗକୁ ପ୍ରଶସ୍ତ କରିଥାଏ। ଛାତ୍ରଛାତ୍ରୀମାନେ ହେଉଛନ୍ତି ଭବିଷ୍ୟତ, ସେମାନେ କେବେ ବି ଶିକ୍ଷାର ମହତ୍ତ୍ୱକୁ ଭୁଲିଯିବା ଉଚିତ ନୁହେଁ ବୋଲି ସେ କହିଥିଲେ।

What's Your Reaction?

like

dislike

love

funny

angry

sad

wow