'ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ପର୍ଯ୍ୟଟକମାନଙ୍କ ଆଗମନ, ପରିଦର୍ଶନ ଓ ସୁଖ ସ୍ୱାଚ୍ଛନ୍ଦ୍ୟକୁ ସୁନିଶ୍ଚିତ କରିବ' 

Sep 5, 2023 - 19:53
 0  9
'ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ପର୍ଯ୍ୟଟକମାନଙ୍କ ଆଗମନ, ପରିଦର୍ଶନ ଓ ସୁଖ ସ୍ୱାଚ୍ଛନ୍ଦ୍ୟକୁ ସୁନିଶ୍ଚିତ କରିବ' 
ଭୁବନେଶ୍ଵର, ତା.୦୫.୦୯.୨୦୨୩: ସୁପ୍ରତିଷ୍ଠିତ ବୈଷୟିକ ଯାତ୍ରା ପରିଚାଳନା ଅନୁଷ୍ଠାନ "ରିଟ୍ରୋଡ୍‌" ପକ୍ଷରୁ 'ଟେକ୍ ଇନ୍ ଟୁରିଜିମ୍- ଫାଷ୍ଟ୍ ଚାପ୍ଟର- ୨୦୨୩ କନକ୍ଲେଭ' ସଫଳତାର ସହ ଆୟୋଜିତ ହୋଇଯାଇଛି I

ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ପର୍ଯ୍ୟଟନ କ୍ଷେତ୍ର ତଥା ହୋଟେଲ ଶିଳ୍ପରେ ଉଲ୍ଲେଖନୀୟ ରୂପାନ୍ତରଣ ଆଣିଛି  ଓ ଆଗାମୀ ଦିନରେ ଏହାର  ଉପଯୋଗରେ ଉଭୟ କ୍ଷେତ୍ରରେ ଭିନ୍ନ ଏକ ଅନୁଭୂତି ଆଣିବା ଲକ୍ଷ୍ୟ ରହିବ ବୋଲି ଆୟୋଜିତ କନକ୍ଲେଭରେ ଅତିଥିମାନେ ପ୍ରକାଶ କରିଛନ୍ତି । ସର୍ବବୃହତ୍ ବୈଷୟିକ ଯାତ୍ରା ପରିଚାଳନା କାର୍ଯ୍ୟକ୍ରମ ଭାବେ ପରିଗଣିତ ହୋଇଥିବା ଏହି ଆୟୋଜନ ଓଡ଼ିଶା ପର୍ଯ୍ୟଟନ ଇତିହାସରେ ଏକ ସ୍ୱର୍ଣ୍ଣିମ ମୂହୁର୍ତ୍ତ ଓ ମାଇଲଖୁଣ୍ଟ ହୋଇ ରହିବ ବୋଲି ଏହି ଅବସରରେ କୁହାଯାଇଛି । 

ଉକ୍ତ କନକ୍ଲେଭ ଅବସରରେ ହୋଟେଲ ଶିଳ୍ପ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ଶିଳ୍ପପତି, ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଓଟିଡିସି ର ଅଧ୍ୟକ୍ଷ ଡକ୍ଟର ଲେନିନ୍‌ ମହାନ୍ତି, ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଶୀର୍ଷକ ଆଧାରରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।

ଆଜିର ଯୁଗରେ ପର୍ଯ୍ୟଟନ ଶିଳ୍ପର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଉଥିବାବେଳେ ଏ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଭିତ୍ତିକ ପର୍ଯ୍ୟଟନ ନିଶ୍ଚିତ ଭାବେ ପର୍ଯ୍ୟଟକମାନଙ୍କ ଆଗମନ, ପରିଦର୍ଶନ ଓ ସୁଖ ସ୍ୱାଚ୍ଛନ୍ଦ୍ୟକୁ ସୁନିଶ୍ଚିତ କରିବା ସହ ରାଜ୍ୟ ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ହେବ । ଅନୁଷ୍ଠାନର ଏହି ସାଧୁ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି  l

What's Your Reaction?

like

dislike

love

funny

angry

sad

wow