ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୩ ଉପଲକ୍ଷେ ପର୍ଯ୍ୟଟନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି

Sep 22, 2023 - 19:13
 0  33
ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୩ ଉପଲକ୍ଷେ ପର୍ଯ୍ୟଟନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି
ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୩ ଉପଲକ୍ଷେ ପର୍ଯ୍ୟଟନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି

ଭୁବନେଶ୍ୱର,୨୨ ସେପ୍ଟେମ୍ବର ୨୦୨୩ : ୨୭ ସେପ୍ଟେମ୍ବର ୨୦୨୩ ତାରିଖ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅଧିକାରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। 

ବିଶ୍ୱ ପର୍ଯ୍ୟଟନ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୨୭ରେ ବିଶ୍ୱବ୍ୟାପୀ ପାଳନ କରାଯାଏ ଏବଂ ଚଳିତ ବର୍ଷର ବିଷୟବସ୍ତୁ " ପର୍ଯ୍ୟଟନ ଓ ସବୁଜ ନିବେଶ" ପର୍ଯ୍ୟଟନର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଲାଭକୁ ଚିହ୍ନଟ କରିବା ପାଇଁ ବିଶ୍ୱବ୍ୟାପୀ ସଙ୍ଗଠନଗୁଡ଼ିକୁ ପ୍ରୋତ୍ସାହିତ କରିଥାଏ । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର କହିଥିଲେ, "ଆମ ବିଭାଗ ଆମ ସମ୍ପ୍ରଦାୟର କଲ୍ୟାଣରେ ଯୋଗଦାନ ଦେଇ ବିଶ୍ୱ ପର୍ଯ୍ୟଟନ ଦିବସକୁ ସାର୍ଥକ ଢଙ୍ଗରେ ପାଳନ କରିବା ପାଇଁ ଏକତ୍ରିତ ହେବା ଅତ୍ୟନ୍ତ ଖୁସିର ବିଷୟ । 

ଏକ ସ୍ଥିର ଓ ସୁରକ୍ଷିତ ରକ୍ତ ଯୋଗାଣ ତଥା ରକ୍ତଭଣ୍ଡାରର ଉତ୍ତମ ପରିଚାଳନା ପାଇଁ ପ୍ରତିଶୃତିବଦ୍ଧ ଭାବେ ପରିଚିତ ରେଡକ୍ରସ ସୋସାଇଟି ସହୟୋଗରେ ଏହି ଶିବିର ପରିଚାଳନା କରାଯାଇଥିଲା । ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ଆର ଯାଦବ ଏହି କାର୍ଯ୍ୟକ୍ରମକୁ ସମ୍ଭବ କରିଥିବା ଅଧିକାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ କହିଥିଲେ, "ରକ୍ତ ଦାନ ଆବଶ୍ୟକତା ଥିବା ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ସମର୍ଥନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ଏବଂ ଏହା ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ବିଭାଗର ପ୍ରତିବଦ୍ଧତାକୁ ଦର୍ଶାଇଥାଏ । 

ଏହି ଅବସରରେ ଓଟିଡିସିର ଅଧ୍ୟକ୍ଷ ଡ଼କ୍ଟର ଲେନିନ ମହାନ୍ତି ଏବଂ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଉପଦେଷ୍ଟା ଦୁର୍ଗା ପ୍ରସାଦ ସାମନ୍ତରାୟ ଏବଂ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଦାୟୀତ୍ୱପୂର୍ଣ୍ଣ ପର୍ଯ୍ୟଟନ ଏବଂ ସାମୁହିକ ସହଭାଗିତାର ବ୍ୟାପକ ପରିକଳ୍ପନା ସହିତ ସାମଞ୍ଜସ୍ୟ ରଖୁଛି ଏବଂ ଆର୍ଥିକ ଅଭିବୃଦ୍ଧି ବ୍ୟତୀତ ସମାଜ ଉପରେ ପର୍ଯ୍ୟଟନର ସକରାତ୍ମକ ପ୍ରଭାବ ଉପରେ ଗୁରୁତ୍ୱାରୋପ କରୁଛି । 

ଏହି ରକ୍ତଦାନ ଶିବିରରେ ବହୁ ସଂଖ୍ୟକ ରକ୍ତଦାତା ଅଂଶଗ୍ରହଣ କରିଥିଲେ, ଫଳରେ ୪୫ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତର ଆବଶ୍ୟକତା ଥିବା ରୋଗୀଙ୍କ ଜୀବନରେ ଏହି ଯୋଗଦାନ ନିଃସନ୍ଦେହରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ । ପର୍ଯ୍ୟଟନ ବିଭାଗର ସାଂସ୍କୃତିକ ପରିଷଦ ପର୍ଯ୍ୟଟନ ବିଭାଗ ଭିତରେ ସାଂସ୍କୃତିକ ସଚେତନତା ଓ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ । ଏହା ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପର ଆୟୋଜନ କରି କରୁଣାର ଭାବନା ସୃଷ୍ଟି କରିବା ସହ ସାର୍ଥକ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥାଏ ।

What's Your Reaction?

like

dislike

love

funny

angry

sad

wow