ପର୍ଯ୍ୟଟନ ବିଭାଗ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

Aug 15, 2023 - 23:35
 0  6
ପର୍ଯ୍ୟଟନ ବିଭାଗ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

ଭୁବନେଶ୍ବର- ତା.୧୫.୦୮.୨୦୨୩- ପର୍ଯ୍ୟଟନ ବିଭାଗ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ରାଜ୍ୟ ପର୍ଯ୍ୟଟନ ଭବନରେ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ, ଶ୍ରୀ ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ । 

ଅନ୍ୟ ପକ୍ଷରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଭୁବନେଶ୍ବରସ୍ଥିତ ପାନ୍ଥନିବାସ ଠାରେ ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି ପତାକା ଉତ୍ତୋଳନ କରିବା ସହ ସ୍ବାଧୀନତାର ମୂଲ୍ୟବୋଧ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଓଟିଡିସିର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow