ରାଜଧାନୀରେ ରାଷ୍ଟ୍ରପତି

Jul 25, 2023 - 07:03
Jul 26, 2023 - 07:04
 0  5
ରାଜଧାନୀରେ ରାଷ୍ଟ୍ରପତି
ରାଜଧାନୀରେ ରାଷ୍ଟ୍ରପତି

ରାଜଧାନୀରେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଠାରେ ପହଞ୍ଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ମଙ୍ଗଳବାର ସଂଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରମୁଖ ସ୍ୱାଗତ ଜଣାଇ ଥିଲେ । ରାଷ୍ଟ୍ରପତି ସ୍ୱତନ୍ତ୍ର କାର୍‌କେଡ୍‌ରେ ରାଜଭବନକୁ ବାହାରିଥିଲେ । ବିମାନ ବନ୍ଦରରୁ ଯିବା ବେଳେ ରାଷ୍ଟ୍ରପତି ଆଦିବାସୀ ସାଂସ୍କୃତିକ ନୃତ୍ୟ ଦଳ ପାଖକୁ ଚାଲି ଚାଲି ଯାଇଥିଲେ । ରାଜଭବନ ପରିସରରେ ରାଷ୍ଟ୍ରପତି ଅତୁଟ ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ସହ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ କରିବେ । ରାଜଭବନରେ ରାତ୍ରୀଯାପନ କରି ଜୁଲାଇ ୨୬ ପୂର୍ବାହ୍ନରେ ରାଷ୍ଟ୍ରପତି କଟକରେ ହାଇକୋର୍ଟଙ୍କ ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ‌ମହାବିଦ୍ୟାଳୟ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେବେ । ସଂଧ୍ୟାରେ ପୁଣି ରାଜଭବନକୁ ଫେରିବେ । ଜୁଲାଇ ୨୭ରେ ପିଭିଟିଜି ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବା ପରେ ଭୁବନେଶ୍ୱରର ତମାଣ୍ଡୋ ନିକଟସ୍ଥ ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍‌ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ । ଜୁଲାଇ ୨୭ ସନ୍ଧ୍ୟାରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

What's Your Reaction?

like

dislike

love

funny

angry

sad

wow