୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

Jul 25, 2023 - 07:02
Jul 26, 2023 - 07:02
 0  6
୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ରାଜ୍ୟ ସରକାରଙ୍କ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ)ର ୧୨୦ତମ ବୈଠକରେ ଆଠଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାୟ ୧୨୫୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ହେବାକୁ ଥିବା ଏହି ଶିଳ୍ପଗୁଡିକ ଅନୁମୋଦିତ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୩୬୪୦ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରରେ ବିକେ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ ମୋଜା ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ପାଇଛି । ଏଥିରେ ୫୨ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ଆଠ ଶହ ନିଯୁକ୍ତି ସୃଷ୍ଟି କରିବ । ସେହିପରି ମମତା ଫ୍ୟାବ୍ରିକ୍ସ ପ୍ରାଇଭେଟ୍ ଲିମିଟେଡ୍ ୫୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧା ଠାରେ ରେଡିମେଡ୍ ପୋଷାକ ଉତ୍ପାଦନ ୟୁନିଟ୍ ବିନିଯୋଗରେ ପ୍ରତିଷ୍ଠା କରିବେ । ଏହି ପ୍ରକଳ୍ପରେ ଦୁଇ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଇସ୍ପାତ (ଡାଉନଷ୍ଟ୍ରିମ୍) କ୍ଷେତ୍ରରେ ଏକ ପ୍ରତିଷ୍ଠିତ ନିର୍ମାତା ୧,୮୦,୦୦୦ ସଂଖ୍ୟକ ଇସ୍ପାତ କବାଟ ଓ ଝରକା ସହ ଅନ୍ୟାନ୍ୟ ଉତ୍ପାଦ ଉତ୍ପାଦନ ପ୍ରସ୍ତୁତି ନିମନ୍ତେ ୧୪୭.୬୪ କୋଟି ଟଙ୍କା ବିନିଯୋଗରେ ଅତ୍ୟାଧୁନିକ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୧୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ନାଜୋନ୍ ଟ୍ୟୁବ୍ ଉତ୍କଳ ଲିମିଟେଡ୍ ୧,୬୦,୦୦୦ ମେଟ୍ରିକ୍ ଟନ୍ ଏମ୍ ଏସ୍ ବର୍ଗାକାର  ଓ ଆୟତାକାର ପାଇପ୍ ଓ ଟ୍ୟୁବ୍ ପ୍ରସ୍ତୁତି ନିମନ୍ତେ ଏକ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୧୦୫ କୋଟି ଟଙ୍କା ବିନିଯୋଗ ଏବଂ ୫୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି  କରି ଯାଜପୁର, କଳିଙ୍ଗ ନଗରରେ ଥିବା ଏହାର କାରଖାନା ସମ୍ପ୍ରସାରଣ କରିବାକୁ ଯୋଜନା କରିଛି । ବେଦାନ୍ତ ଲିମିଟେଡର ୪.୫ ଏମଟିପିଏ ଲୁହାପଥର ବିଶୋଧନ ପ୍ଲାଣ୍ଟକୁ ଅନୁମୋଦନ ମିଳିବା ପରେ ଓଡ଼ିଶାରେ ଖଣି ଓ ଧାତୁ ବିଜ୍ଞାନ କ୍ଷେତ୍ରକୁ ଆହୁରି ପ୍ରୋତ୍ସାହନ ମିଳିଛି । ୮୦କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ପ୍ରକଳ୍ପ ୧୫୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଅବସ୍ଥିତ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ଦକ୍ଷତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।

What's Your Reaction?

like

dislike

love

funny

angry

sad

wow