ଭୁବନେଶ୍ୱର ଏମ୍ସ ପାଚେରୀ ଭୁଶୁଡି ୩ ଆହତ 

Jul 31, 2023 - 07:33
Aug 2, 2023 - 07:34
 0  5
ଭୁବନେଶ୍ୱର ଏମ୍ସ ପାଚେରୀ ଭୁଶୁଡି ୩ ଆହତ 
ଭୁବନେଶ୍ୱର ଏମ୍ସ ପାଚେରୀ ଭୁଶୁଡି ୩ ଆହତ 

ଭୁବନେଶ୍ୱର ଏମ୍ସ ପାଚେରୀ ଭୁଶୁଡି ୩ ଆହତ 
ପ୍ରବଳ ଲଗାଣ ବର୍ଷା ଯୋଗୁଁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ), ଭୁବନେଶ୍ୱରର ପାଚେରୀ ଭୁଶୁଡ଼ି ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ରାଜଧାନୀରେ ୬ଘଣ୍ଟା ଧରି ଅବିଶ୍ରାନ୍ତ ଭାବେ ତୁହାକୁ ତୁହା ଲଗାଣ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ଭୁବନେଶ୍ୱର ଏମ୍‌ସ ପାଚେରୀ ଭାଙ୍ଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଉଦ୍ଧାର ଅଗ୍ନିଶମ ବାହିନୀ ପହଞ୍ଚି ଭୁଶୁଡ଼ି ପଡ଼ିଥିବା ପାଚେରୀ ଭିତରୁ ୩ ଜଣଙ୍କୁ ଉଦ୍ଧାର କରି ଚିକିତ୍ସାପାଇଁ ଏମ୍‌ସକୁ ସ୍ଥାନାନ୍ତରିତ କରିଥିଲା । ପାଚେରୀ ଭୁଶୁଡ଼ିଥିବା ସ୍ଥାନରେ ଆଉ କେହି ଅଛନ୍ତି କି ନାହିଁ ସେଥିନେଇ ଖୋଜାଖୋଜି ଜାରି ରହିଛି ।

What's Your Reaction?

like

dislike

love

funny

angry

sad

wow