ଏଏସଓ ପରୀକ୍ଷା ମାମଲା, ପୂର୍ବ ରାୟ କାଏମ ରଖିଲେ ହାଇକୋର୍ଟ
ଏଏସଓ ପରୀକ୍ଷା ମାମଲା, ପୂର୍ବ ରାୟ କାଏମ ରଖିଲେ ହାଇକୋର୍ଟ
ଏଏସ୍ଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟ ନିଜର ପୂର୍ବ ରାୟ କାଏମ ରଖିଛନ୍ତି । ଏହି ମାମଲାରେ ଦାୟର ଉଭୟ ରିଭ୍ୟୁ ଓ ରିଟ୍ ପିଟିସନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ହାଇକୋର୍ଟ ଏଏସଓ ଲିଖିତ ପରୀକ୍ଷା ମେରିଟ୍ ଖାରଜ କରି ପୁନଃ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ବଳବତ୍ତର ରହିଥିବା ବେଳେ ପୁଣି କିଛି ପରୀକ୍ଷାର୍ଥୀ ନିର୍ଦ୍ଦେଶକୁ ରିଭ୍ୟୁ କରିବା ପାଇଁ ହାଇକୋର୍ଟରେ ଦୁଇଟି ଆବେଦନ ହୋଇଥିଲା ।
What's Your Reaction?