ସମ୍ବଲପୁରରେ ବର୍ଷକ ପାଇଁ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଜାରି

Jul 21, 2023 - 06:30
Jul 22, 2023 - 06:30
 0  5
ସମ୍ବଲପୁରରେ ବର୍ଷକ ପାଇଁ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଜାରି
ସମ୍ବଲପୁରରେ ବର୍ଷକ ପାଇଁ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଜାରି

ସମ୍ବଲପୁରରେ ବର୍ଷକ ପାଇଁ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଜାରି
ସମ୍ଭାବ୍ୟ ଉତ୍ତେଜନା ପରିପ୍ରେକ୍ଷୀରେ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଗୋଟିଏ ବର୍ଷ ପାଇଁ କଟକଣା ଜାରି କରାଯାଇଛି । ଆସନ୍ତା ମହରମ ପର୍ବ ପାଳନ ପାଇଁ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଶାନ୍ତି ଓ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଏଠାରେ ମହରମ ପର୍ବ ପାଳନ ସମୟରେ ବିଭିନ୍ନ ପଡ଼ାରୁ ବାହାରୁଥିବା ଶୋଭାଯାତ୍ରା କୌଣସି ସ୍ଥାନରେ ମିଳିତ ହେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ତେବେ ମହରମ ପର୍ବ ଯେଭଳି ଶାନ୍ତିଶୃଙ୍ଖଳା ସହିତ ପାଳନ ହେବ ସେ ନେଇ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ଏବଂ କମିଟିମାନେ ମଧ୍ୟ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସମ୍ବଲପୁର ଏସପି ମୁକେଶ କୁମାର ଭାମୁ କହିଛନ୍ତି । ସମ୍ବଲପୁରରେ ମହରମ ପର୍ବ ପାଳନ ସମୟରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଶାନ୍ତିକମିଟିରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଜିଲାପାଳ, ଏସପି, ସମ୍ବଲପୁର ମହାନଗର ନିଗମ କମିଶନର ବେଦ ଭୂଷଣ, ଆଇଏଏସ ଶିକ୍ଷାନବିଶ ସ୍ନେହା ଅରୁଗୁଲା, ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ ମିଶ୍ର, ସଦର ଉପଜିଲାପାଳ ପ୍ରଭାସ ଦଣ୍ଡସେନା, ସଦର ଏସଡିପିଓ ପ୍ରଦୀପ ସାହୁ, ଡିଏସପି ଡିଆଇବି ଜେମସ ସମଦ ସମେତ ମହରମ କମିଟି ସଦସ୍ୟ, ବିଭିନ୍ନ ଥାନା ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow