ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ

Jul 21, 2023 - 06:27
Jul 22, 2023 - 06:27
 0  5
ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ
ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ

ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ
ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହୋଇଛି । ପରୀକ୍ଷାର୍ଥୀମାନେ ନିଜ ନିଜ ରାଙ୍କ କାର୍ଡ ଓଜେଇଇ ୱେବସାଇଟ୍‌ www.ojee.nicରୁ ଡାଉନ୍‌ଲୋଡ କରିପାରିବେ । ଏହି ପରୀକ୍ଷାର ବିଟେକ୍‌ରେ ୮,୬୫୫, ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ଡିପ୍ଲୋମାରେ ୪,୫୬୮, ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ବିଏସ୍‌ସିରେ ୬୪, ବି ଫାର୍ମାରେ ୨,୪୪୨, ଏମ୍‌ବିଏରେ ୪,୨୮୭, ଏମ୍‌ସିଏରେ ୧,୭୪୩ ଜଣଙ୍କୁ ରାଙ୍କ କାର୍ଡ ମିଳିଛି । ସୂଚନାଯୋଗ୍ୟ, ସ୍ପେଶାଲ ଓଜେଇଇ ପରୀକ୍ଷା ଗତ ଜୁନ୍‌ ୨୬ରୁ ୨୯ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୩୩ଟି ସହରର ୪୭ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow