ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିବ ନିଃଶୁଳ୍କ ଆଇଏଏସ କୋଚିଂ

Jun 16, 2023 - 03:45
Jun 17, 2023 - 03:45
 0  453
ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିବ ନିଃଶୁଳ୍କ ଆଇଏଏସ କୋଚିଂ
ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିବ ନିଃଶୁଳ୍କ ଆଇଏଏସ କୋଚିଂ

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିବ ନିଃଶୁଳ୍କ ଆଇଏଏସ କୋଚିଂ
ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଆଇଏଏସ କୋଚିଂ ପ୍ରଦାନ ପାଇଁ କୋରାପୁଟ ଜିଲ୍ଲା ସେମିଳିଗୁଡାରେ ଉଦଘାଟିତ ହୋଇଛି ଆଇଏଏସ କୋଚିଂ ସେଣ୍ଟର । କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ଏହି କୋଚିଂ ସେଣ୍ଟର ଉଦଘାଟନ କରିଛନ୍ତି । ପ୍ରାରମ୍ଭିକ ଭାବେ ସେମିଳିଗୁଡ଼ା ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ କୋଚିଂ ଦିଆଯିବ । ପ୍ରଥମ ବର୍ଷ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ । ଏଥିପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ରାଜିନାମା ହେବ । ଖଣି ପ୍ରଭାବିତ ଅଞ୍ଚଳରୁ ୬୦ ଓ ଜିଲ୍ଲାର ଅନ୍ୟ ପ୍ରାନ୍ତରୁ ୪୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଚୟନ କରି କୋଚିଂ ପ୍ରଦାନ କରାଯିବ । ଏଥିପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଭରଣା ହେବ । ଉଦଘାଟନ ଉତ୍ସବରେ ପଟ୍ଟାଙ୍ଗୀ ବିଧାୟକଙ୍କ ସହିତ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow