ଭାରତରେ ଆଇଫୋନ୍ ୧୫ ଦାମ୍ ୧ ଲକ୍ଷ ୬୦ ହଜାର ଟଙ୍କା

Sep 14, 2023 - 13:11
 0  3
ଭାରତରେ ଆଇଫୋନ୍ ୧୫ ଦାମ୍ ୧ ଲକ୍ଷ ୬୦ ହଜାର ଟଙ୍କା

ଗତକାଲି ଆମେରିକୀୟ ସଂସ୍ଥା ଆପଲ୍‌ ପକ୍ଷରୁ ଆଇଫୋନ୍‌ ୧୫କୁ ଉନ୍ମୋଚନ କରାଯାଇଛି। ତେବେ ଏହି ଫୋନ୍‌ ପାଇବା ଲାଗି ଭାରତୀୟମାନଙ୍କୁ ପକେଟ୍‌କୁ ଖାଲି କରିବାକୁ ପଡ଼ିବ। ଆଇଫୋନ୍ ପ୍ରୋ ମ୍ୟାକ୍ସର ୨୫୬ ଜିବି ମଡେଲ୍‌ର ଦାମ୍ ଲକ୍ଷେ ୬୦ ହଜାର ଟଙ୍କା ରହିଛି। ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ୧୨୮ ଜିବିର ଦାମ୍ ୧,୩୪,୯୦୦ ଟଙ୍କା ରହିଛି। ଆଇଫୋନ୍‌ ୧୫ର ୧୨୮ ଜିବି ମଡେଲ୍‌ର ଦାମ୍ ୭୯,୯୦୦ ଠଙ୍କା ରଖାଯାଇଥିବା ବେଳେ ଆଇଫୋନ୍ ୧୫ ପ୍ଲସ୍‌ର ଦାମ୍ ୮୯,୯୦୦ ଟଙ୍କା ରହିଛି। ନୂଆ ଆଇଫୋନ୍ ଉନ୍ମୋଚନ କରାଯିବା ପରେ ଆଇଫୋନ୍ ୧୪ର ଦାମ୍ ୬୯,୯୦୦ ଟଙ୍କା ଓ ଆଇଫୋନ୍ ୧୪ ପ୍ଲସ୍‌ର ଦାମ୍ ୭୯,୯୦୦ ଟଙ୍କା ହୋଇଯାଇଛି। ଆପଲ୍‌ ୱାଚ୍‌ର ସିରିଜ୍ ୯ ଦାମ୍ ୪୧,୯୦୦ ଟଙ୍କା ରହିଛି। ଆପଲ୍‌ର ସିଇଓ ଟିମ୍ କୁକ୍ କହିଛନ୍ତି ଯେ ଉତ୍ପାଦ ବିକାଶ କରିବାରେ ହେଉଥିବା କାର୍ବନ ନିର୍ଗମନକୁ କମ୍ କରିବା ଦିଗରେ କଂପାନି ବହୁ ଆଗକୁ ବଢ଼ିଛି। ୱାଚ୍‌ ସିରିଜ୍‌ର ବିଭିନ୍ନ ଉପାଦାନରେ କାର୍ବନ ନିର୍ଗମନକୁ କମ୍ କରାଯାଇଥିବା ବେଳେ ଅକ୍ଷୟ ଶକ୍ତି ବ୍ୟବହାର ହୋଇଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.