ନିବେଶକଙ୍କ ପାଇଁ ଭଲ ଖବର, ୧୯ ବର୍ଷ ପରେ ଆସୁଛି ଟାଟାର ଆଇପିଓ

Jun 28, 2023 - 12:36
 0  4
ନିବେଶକଙ୍କ ପାଇଁ ଭଲ ଖବର, ୧୯ ବର୍ଷ ପରେ ଆସୁଛି ଟାଟାର ଆଇପିଓ

ଇନିସିଆଲ ପବ୍ଲିକ୍‌ ଅଫରିଙ୍ଗ୍‌ ଅର୍ଥାତ୍‌ IPOରେ ନିବେଶ କରୁଥିବା ଲୋକଙ୍କ ପାଇଁ ଭଲ ଖବର। ୧୯ ବର୍ଷ ପରେ ଟାଟା ଗ୍ରୁପ୍‌ର ଆଉ ଏକ କମ୍ପାନି ଏହାର ଆଇପିଓ ଆଣିବାକୁ ଯାଉଛି। ଯାହାକୁ ବଜାର ନିୟାମକ ସେବି (SEBI)ର ମଧ୍ୟ ମଞ୍ଜୁରୀ ମିଳିଛି। ଏହି କମ୍ପାନି ହେଉଛି ଟାଟା ଟେକ୍ନୋଲୋଜିସ୍‌ ବା ଟାଟା ଟେକ୍‌।

ମାର୍ଚ୍ଚରେ ଫାଇଲ କରିଥିଲା ଡକ୍ୟୁମେଣ୍ଟ: ଟାଟା ଟେକ୍‌ ମାର୍ଚ୍ଚରେ ସେବି ନିକଟରେ ଆଇପିଓ ଡକ୍ୟୁମେଣ୍ଟ ଜମା କରିଥିଲା। ଏହାର ଶେୟାର ଅଫର୍‌ ଫର୍‌ ସେଲ୍‌ (OFS) ଅନୁଯାୟୀ ବିକ୍ରି ହେବ। ଟାଟା ଟେକ୍‌ର ଆଇପିଓ ଡକ୍ୟୁମେଣ୍ଟ ଅନୁଯାୟୀ, ଏହି ଅଫର୍‌ ଫର ସେଲ୍‌ ଇସ୍ୟୁ ଅନୁଯାୟୀ କମ୍ପାନିର ପ୍ରମୋଟର୍ସ ଏବଂ ଶେୟାରହୋଲ୍ଡର ୯.୫୭ କୋଟି ଇକ୍ବିଟି ଶେୟାରର ବିକ୍ରି କରିବେ। ଏଥିରେ ଟାଟା ମୋଟର୍ସର ୮.୧୧ କୋଟି, ଉଲ୍ଫା ଟିସି ହୋଲ୍ଡିଂସର ୯୭.୨ ଲକ୍ଷ ଏବଂ ଟାଟା କ୍ୟାପିଟାଲ ଗ୍ରୋଥ ଫଣ୍ଡ-୧ର ୪୮.୬ ଲକ୍ଷ ଶେୟାରକୁ ବିକ୍ରି କରିବାକୁ ଯୋଜନା ରହିଛି।

ଟାଟା ମୋଟର୍ସର ସବସିଡାରୀ କମ୍ପାନୀ ଟାଟା ଟେକରେ ୭୪.୬୯ ପ୍ରତିଶତ, ଉଲ୍ଫା ଟିସି ହୋଲ୍ଡିଂସର ୭.୨୭ ପ୍ରତିଶତ ଏବଂ ଟାଟା କ୍ୟାପିଟାଲ ଗ୍ରୋଥ ଫଣ୍ଡ ୧ର ୩.୬୩ ପ୍ରତିଶତ ଅଂଶଧନ ରହିଛି। ଆଇପିଓ ଅନୁଯାୟୀ ଟାଟା ମୋଟର୍ସ ଏହାର ସହାୟକ କମ୍ପାନୀର ୮୧, ୧୩୩, ୭୦୬ ଶେୟସାର ବିକ୍ରି କରିବ।

ବଜାରକୁ ଆସୁଥିବା ଏହି ଆଇପିଓର ଅନେକ ଦିନରୁ ଅପେକ୍ଷା ରହିଛି। ଏହା ଏଥିପାଇଁ କାରଣ ଏହା ୧୯ ବର୍ଷ ପରେ ଟାଟା ସମୂହର ପ୍ରଥମ ଆଇପିଓ। ଟାଟା ଗ୍ରୁପ୍‌ର ଶେଷ ଆଇପିଓ ଜୁଲାଇ ୨୦୦୪ରେ ଟିସିଏସର ଆସିଥିଲା। ସେବେଠାରୁ ଏହି ଷ୍ଟକ୍ ସବୁଠୁ ବଡ଼ ଫଣ୍ଡ ହାସଲ କରିଥିବା ଷ୍ଟକ୍ ମଧ୍ୟରୁ ଗୋଟିଏ। ଆଉ ଏବେ ଟାଟା ଗ୍ରୁପ୍‌ର ମାର୍କେଟ କ୍ୟାପ୍‌ ପ୍ରାୟ ୧୧.୭ ଲକ୍ଷ କୋଟି ରହିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.