ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରରୁ ଚିଠି

Jun 27, 2023 - 12:38
Jun 28, 2023 - 12:39
 0  8
ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରରୁ ଚିଠି
ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରରୁ ଚିଠି

ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରରୁ ଚିଠି
ଦୀର୍ଘ ବର୍ଷ ପରେ ଓଡିଶାରେ ସଂଘୀୟ ବ୍ୟବସ୍ଥାର ଗୁରୁତ୍ୱ ହ୍ରାସ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ସାଂସଦ ଓ ରାଜ୍ୟ ସଭାପତିଙ୍କ ଅଭିଯୋଗ କ୍ରମେ କେନ୍ଦ୍ର ସରକାର ଜଣେ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ଲେଖିଛନ୍ତି । ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ବିରୋଧ କରିବାକୁ ଯାଇ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଦଳର ସାଂସଦ ଓ ରାଜ୍ୟ ସଭାପତି ଭାରତୀୟ ସମ୍ବିଧାନକୁ ଅମାନ୍ୟ କରିବାକୁ ପଛେଇ ନାହାନ୍ତି । ସରକାର ବଦଳିବା ଏକ ନିୟମିତ ଏବଂ ନିରନ୍ତର ଧାରା । ହେଲେ ଭାରତର ବାବୁ ତନ୍ତ୍ର (ବ୍ୟୁରୋକ୍ରାସି) ହିଁ ଷ୍ଟିଲ ଫ୍ରେମ ଭଳି ଦେଶର ବିକାଶକୁ ଆଗେଇ ନେଇଥାଏ । ହେଲେ କିଛି ସୁବିଧାବାଦୀ, ଇର୍ଷାପରାୟଣ ନେତାଙ୍କ ପ୍ରରୋଚନା ଏବଂ ମନ୍ତ୍ରଣାରେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଦଳର ସାଂସଦ ଓ ରାଜ୍ୟ ସଭାପତି ଏହି ଷ୍ଟିଲ ଫ୍ରେମକୁ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । ଆଉ ସେମାନଙ୍କ ଅଭିଯୋଗ କ୍ରମେ ଓଡିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି । ଯଦିଓ ବୈଷୟିକ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆବଶ୍ୟକ । ଏହା ଜାଣିଥିବା ସାଂସଦ ଓ ରାଜ୍ୟ ସଭାପତି ଏହି ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

What's Your Reaction?

like

dislike

love

funny

angry

sad

wow