ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ: ଯୁବପିଢିଙ୍କ ପାଇଁ ବିର୍ସା ମୁଣ୍ଡା ସର୍ବଦା ପ୍ରେରଣାର ଉତ୍ସ

Nov 15, 2023 - 16:22
Nov 15, 2023 - 16:57
 0  10
ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ: ଯୁବପିଢିଙ୍କ ପାଇଁ ବିର୍ସା ମୁଣ୍ଡା ସର୍ବଦା ପ୍ରେରଣାର ଉତ୍ସ
ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ: ଯୁବପିଢିଙ୍କ ପାଇଁ ବିର୍ସା ମୁଣ୍ଡା ସର୍ବଦା ପ୍ରେରଣାର ଉତ୍ସ
ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ: ଯୁବପିଢିଙ୍କ ପାଇଁ ବିର୍ସା ମୁଣ୍ଡା ସର୍ବଦା ପ୍ରେରଣାର ଉତ୍ସ
ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ: ଯୁବପିଢିଙ୍କ ପାଇଁ ବିର୍ସା ମୁଣ୍ଡା ସର୍ବଦା ପ୍ରେରଣାର ଉତ୍ସ

ଭୁବନେଶ୍ବର: ଜନଜାତି କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିକୁ ପରିଚୟ ଦେବା ପାଇଁ ସର୍ବଭାରତୀୟସ୍ତରରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି । ମହାନ ବିପ୍ଲବୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଗୌରବ ଦିବସ ରୂପେ ପାଳନ କରିବା କେବଳ ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଗର୍ବର ବିଷୟ ବୋଲି ମତ ବ୍ୟକ୍ତ କରିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି  ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା । ଏ ଅବସରରେ ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଜନଜାତୀୟ ଗୌରବ ଦିବସ ସମାରୋହ ଆୟୋଜନ କରାଯାଇଛି ।

ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି, ଜନଜାତିଙ୍କୁ ସମ୍ମାନ, ସେମାନଙ୍କ ଗୌରବ ଓ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ । 5-ଟି ଉପକ୍ରମରେ ଜନଜାତି ବିଦ୍ୟାଳୟ ଗୁଡିକର ପରିବର୍ତ୍ତନ ଫଳରେ ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢି ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିଛନ୍ତି । ବିର୍ସା ମୁଣ୍ଡା ଆମ ଯୁବ ସମାଜ ପାଇଁ ପ୍ରେରଣା । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ସେବା କରିବାକୁ ସେ ଆହ୍ବାନ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ସଫଳ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଜନଜାତିଙ୍କ କଳା ଓ ସଂସ୍କୃତିକୁ ପରିଚୟ ପ୍ରଦାନ କରିବା ପାଇଁ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡିଶା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ କରିଛନ୍ତି । ସବୁ ଜନଜାତି ବର୍ଗର ପ୍ରତିନିଧି ମାନେ ଏହି ପରିଷଦର ସଦସ୍ୟ ଅଛନ୍ତି । ଶିକ୍ଷା, ଜୀବିକା, ସଂସ୍କୃତି ହେଉଛି ଜନଜାତିଙ୍କ ବିକାଶର ମୂଳମନ୍ତ୍ର । ଶିକ୍ଷାରେ ସଂସ୍କୃତିକୁ ସାମିଲ୍ କରିବା ପାଇଁ 422 ଟି ଆଦିବାସୀ ବିଦ୍ୟାଳୟରେ ସ୍ବତନ୍ତ୍ର ଭାବେ ଜନଜାତି ସଂସ୍କୃତି ପାଇଁ ସ୍ଥାନ ରହିବ । ଆଦିବାସୀ ପରିଧାନଠାରୁ ଆରମ୍ଭ କରି କଳାକୃତିକୁ ଛାତ୍ରଛାତ୍ରୀମାନେ ଦେଖିବାକୁ ପାଇବେ । 

କାର୍ଯ୍ୟକ୍ରମର ମୁଖ୍ୟବକ୍ତା ପ୍ରଫେସର ଶ୍ରୀ ନିହାର ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିବା ସହ ଉପସ୍ଥିତ ଶ୍ରୋତା ଓ ଛାତ୍ରଛାତ୍ରୀଙ୍କୁ ବିର୍ସା ମୁଣ୍ଡାଙ୍କୁ ଆଦର୍ଶ ରୂପେ ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ । ଏହି ଅବସରରେ ଓରାଓଁ, ପରଜା ଓ ସାନ୍ତାଳ ଜନଜାତିଙ୍କ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ସ୍ବତନ୍ତ୍ର ଭାବେ ଗଣ୍ଡୋ ଓ ପରଜା ସମ୍ପଦ୍ରାୟର ଦୁଇଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଆଗାମୀ 26 ତାରିଖ ଯାଏଁ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ । ଜନଜାତି ଚିତ୍ରାଙ୍କନ ପ୍ରତିଯୋଗିତା, କଳା ଓ କଳାବସ୍ତୁ ପ୍ରଦର୍ଶନ, ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ, ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀର ଆୟୋଜନ କରାଯିବ ।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ କାର୍ଯ୍ୟକ୍ରମରେ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଅନୁସୂଚିତ ଜାତି ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟପକ୍ଷେଏସସିଏସଟିଆରଟିଆଇର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow