ପଶ୍ଚିମ ଓଡିଶା ବିକାଶ ପରିଷଦର ସମୀକ୍ଷା ବୈଠକ: ବରଗଡ ଜିଲ୍ଲାରେ ଆୟୋଜିତ ହେବ ଜାତୀୟ ହସ୍ତତନ୍ତ ସମ୍ମିଳନୀ

Sep 26, 2023 - 19:14
 0  7
ପଶ୍ଚିମ ଓଡିଶା ବିକାଶ ପରିଷଦର ସମୀକ୍ଷା ବୈଠକ: ବରଗଡ ଜିଲ୍ଲାରେ ଆୟୋଜିତ ହେବ ଜାତୀୟ ହସ୍ତତନ୍ତ ସମ୍ମିଳନୀ
ପଶ୍ଚିମ ଓଡିଶା ବିକାଶ ପରିଷଦର ସମୀକ୍ଷା ବୈଠକ: ବରଗଡ ଜିଲ୍ଲାରେ ଆୟୋଜିତ ହେବ ଜାତୀୟ ହସ୍ତତନ୍ତ ସମ୍ମିଳନୀ

ଭୁବନେଶ୍ୱର: ବରଗଡ ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ । ଏଥିପାଇଁ ତିନୋଟି ଜିଲ୍ଲା ତଥା ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ନେଇ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯିବ । ବୁଣାକାରଙ୍କୁ ସିଧାସଳଖ ବଜାର ସହ ଯୋଡିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେବ । ସମ୍ମିଳନୀରେ ତିନୋଟି ଜିଲ୍ଲାର ହସ୍ତତନ୍ତକୁ ପ୍ରଦର୍ଶନ କରାଯିବ । ଏ ଆଜି ବରଗଡ ଜିଲ୍ଲା ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ । ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଆଗାମୀ ଦିନରେ ଏକ ଜାତୀୟ ହସ୍ତତନ୍ତ ସମ୍ମିଳନୀର ଆୟୋଜନ କରାଯିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।

ପଶ୍ଚିମ ଓଡିଶାର ହସ୍ତତନ୍ତ ବିଶ୍ୱବିଦିତ । ଏହି ଜାତୀୟସ୍ତରୀୟ ସମ୍ମିଳନୀ ବମକାଇ, ପଶାପାଲି ଓ ସମ୍ବଲପୁରୀ ବାନ୍ଧ, ସୋନପୁରୀ ଶାଢିକୁ ଲୋକଲୋଚନକୁ ଆଣିବା, ନୂତନ ଓ ଅଭନି ବ ଡିଜାଇନକୁ ପରିଚିତି ଦେବା, ହ ସ୍ତତ; ବୁଣାକାରଙ୍କ ପାଇଁ ବଜାର ସୃଷ୍ଟି କରିବା, ହସ୍ତଶିଳ୍ପ ଯନ୍ତ୍ରପାତିର ଆଧୁନିକୀକରଣ ଆଦିରେ ସହାୟକ ହେବ ।

ଆଜିର ସମୀକ୍ଷା ବୈଠକରେ ଅତାବିରା ବ୍ଲକସ୍ଥିତ ଲରମ୍ଭା କଲେଜର ଉନ୍ନତିକରଣ, ବରପାଲିସ୍ଥିତ ଗଙ୍ଗାଧର ସ୍ମାରକୀ ପାର୍କ ଓ ପଦମପୁରରେ ବନ୍ଧ ନିର୍ମାଣର ସମ୍ପୂର୍ଣ୍ଣିକରଣ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକଳ୍ପର କାମ ସାରିବାକୁ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକରେ ବରଗଡ ଜିଲ୍ଲାପାଳ ଶ୍ରୀମତି ମନିଷା ବାନାର୍ଜୀ, ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଜିତ କୁମାର ମିଶ୍ର, ପରିଷଦର ବୈଷୟିକ ପରାମର୍ଶଦାତା ଶ୍ରୀ ସୁନୀଲ ନାୟକ ଉପସ୍ଥିତ ଥିଲେ ।  

What's Your Reaction?

like

dislike

love

funny

angry

sad

wow