ଅଗ୍ନିପଥ ଯୋଜନା ଅଧୀନରେ ଭାରତୀୟ ବାୟୁ ସେନାରେ ନିଯୁକ୍ତି ସୁଯୋଗ

Jul 18, 2023 - 12:14
 0  5
ଅଗ୍ନିପଥ ଯୋଜନା ଅଧୀନରେ ଭାରତୀୟ ବାୟୁ ସେନାରେ ନିଯୁକ୍ତି ସୁଯୋଗ

ଭାରତୀୟ ବାୟୁ ସେନା ଅଗ୍ନିପଥ ଯୋଜନା ଅଧୀନରେ ଜାନୁଆରି ୨୦୨୪ ନିମନ୍ତେ ଅଗ୍ନିବୀର (ବାୟୁ) ପଦ ପାଇଁ ଅବିବାହିତ ପୁରୁଷ ଏବଂ ମହିଳା ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍‌ରେ ଆବେଦନପତ୍ର ଆମନ୍ତ୍ରଣ କରାଯାଉଛି। ଜୁଲାଇ ୨୭ ପୂର୍ବାହ୍ନ ୧୦ଟାରୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଅଗଷ୍ଟ ୧୭ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଏହା ଆବେଦନକାରୀଙ୍କ ନିମନ୍ତେ ଖୋଲା ରହିବ।୨୦୦୩ ଜୁନ୍ ୨୭ରୁ ୨୦୦୬ ଡିସେମ୍ବର ୨୭ତାରିଖ ମଧ୍ୟରେ ଜନ୍ମିତ ପ୍ରାର୍ଥୀମାନେ ଏହି ଆବେଦନ ପ୍ରକ୍ରିୟାରେ ଭାଗ ନେଇପାରିବେ। ଇଣ୍ଟର ମିଡିଏଟ୍/ +୨/ ତତୁଲ୍ୟ ପରୀକ୍ଷାରେ ହାରାହାରି ୫୦% ଏବଂ ଇଂରାଜୀରେ ପୃଥକ ଭାବେ ୫୦% କିମ୍ବା ତିନି ବର୍ଷିଆ ଡିପ୍ଲୋମା ଇଞ୍ଜିନିୟରିଂ/୨ବର୍ଷ ଧନ୍ଦାମୂଳକ ପାଠ୍ୟକ୍ରମରେ ଅଣ ଧନ୍ଦାମୂଳକ ବିଷୟ ସହ ହାରାହାରି ୫୦% ଓ ଇଂରାଜୀରେ ପୃଥକ ଭାବେ ୫୦% ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏହି ଚୟନ ପରୀକ୍ଷାରେ ଭାଗ ନେବା ନିମନ୍ତେ ଆବେଦନ କରିପାରିବେ। ଏଥିନିମନ୍ତେ ପରୀକ୍ଷା ଦେୟ ୨୫୦ଟଙ୍କା ଧାର୍ଯ୍ୟ କରାଯାଇଛି। ଆବେଦନକାରୀ http://agnipathvayu.cdac.in ୱେବସାଇଟ୍‌ରେ ଲଗ୍‌ ଇନ୍ କରି କିମ୍ବା ୦୬୭୪-୨୯୫୩୩୩୬ରେ ଯୋଗାଯୋଗ କରି ସଂପୂର୍ଣ୍ଣ ସୂଚନା ପାଇପାରିବେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.