ଜନଜାତି ଚିତ୍ରକଳା କର୍ମଶାଳା ଉଦଘାଟିତ: ସଂରକ୍ଷଣ, ପ୍ରସାର ଓ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ

Nov 17, 2023 - 14:05
Nov 17, 2023 - 14:06
 0  9
ଜନଜାତି ଚିତ୍ରକଳା କର୍ମଶାଳା ଉଦଘାଟିତ: ସଂରକ୍ଷଣ, ପ୍ରସାର ଓ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ
ଜନଜାତି ଚିତ୍ରକଳା କର୍ମଶାଳା ଉଦଘାଟିତ: ସଂରକ୍ଷଣ, ପ୍ରସାର ଓ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ
ଜନଜାତି ଚିତ୍ରକଳା କର୍ମଶାଳା ଉଦଘାଟିତ: ସଂରକ୍ଷଣ, ପ୍ରସାର ଓ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ

ଭୁବନେଶ୍ୱର, ନଭେମ୍ବର ୧୭: ଓଡିଶା ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ପାଳନ ହେଉଥିବା ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହର ଦ୍ବିତୀୟ ଦିବସରେ ପ୍ରତିଷ୍ଠାନ ପରିସରରେ ତିନି ଦିବସୀୟ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆରମ୍ଭ ହୋଇଛି।

ମୁଖ୍ୟ ଅତିଥି ଭାବେ ଏହି କର୍ମଶାଳା ତଥା ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ। ଜନଜାତି ସଂସ୍କୃତି ଓ ଐତିହ୍ୟକୁ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶନ କରାଯିବ। ଏ ଅବସରରେ ଚିତ୍ରକଳାର ସଂରକ୍ଷଣ ଓ ପ୍ରସାର ନିମନ୍ତେ ଏହାକୁ ସ୍ବତନ୍ତ୍ର ବିଷୟବସ୍ତୁ ଭାବେ ପାଠ୍ଯକ୍ରମରେ ଅନ୍ତର୍ଭୁକ୍ତ କରାଯିବା ତଥା ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ବିଭାଗୀୟ ଶାସନ ସଚିବ। 

କାର୍ଯ୍ୟକ୍ରମରେ ବି.କେ କଲେଜ୍ ଅଫ୍ ଆର୍ଟ୍ସର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢୀ ଆଧୁନିକ ଯୁଗରେ ଚିତ୍ରକଳା ସମ୍ପର୍କରେ ଗୁରୁତ୍ବ ଦେଇଥିଲେ । ଅନ୍ୟତମ ବକ୍ତା ଭାବେ ଶ୍ରୀଯୁକ୍ତ ମାନସ କୁମାର ଜେନା, ଜନଜାତିଙ୍କ ଚିତ୍ରକଳାର ସୃଜନତା ଉପରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଅତିଥି ମାନଙ୍କୁ ସ୍ବାଗତ ଜଣାଇବା ସହ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରତିଷ୍ଠାନର ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରଥ । ଏହି ପ୍ରଦର୍ଶନୀ 18 ତାରିଖ ଯାଏଁ ଚାଲିବ । ଏଥିସହିତ ଜନଜାତୀୟ ଗୌରବ ଦିବସ ଅବସରରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଛାତ୍ର ଯୋଗଦାନ କାର୍ଯ୍ୟକ୍ରମ ଓ ଜନଜାତି କବି ସମ୍ମିଳନୀର ମଧ୍ୟ ଆୟୋଜନ କରାଯିବ ।

What's Your Reaction?

like

dislike

love

funny

angry

sad

wow