ଏମପିସି ମହାବିଦ୍ୟାଳୟ ୧୯୮୫-୯୦ ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ 

Nov 6, 2023 - 16:11
 0  54
ଏମପିସି ମହାବିଦ୍ୟାଳୟ ୧୯୮୫-୯୦ ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ 

ଚାନ୍ଦିପୁର, ନଭେମ୍ବର ୬ : ମନୋରମ ତଥା ଆଶ୍ଚର୍ଯ୍ୟ ଜନକ ସମୁଦ୍ରକୂଳ ହିସାବରେ ଏବଂ ପୃଥିବୀରେ କ୍ଷେପଣାସ୍ତ୍ର ପରୀକ୍ଷଣରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବାଲେଶ୍ୱର ଉପକୂଳସ୍ଥ ଚାନ୍ଦିପୁର ଠାରେ ଗତକାଲି ମିଳିତ ହୋଇଥିଲେ ଏମପିସି ମହାବିଦ୍ୟାଳୟ ୧୯୮୫-୯୦ ବର୍ଷ ସମୂହର ବିଜ୍ଞାନ ଛାତ୍ର ଛାତ୍ରୀ I ବାର୍ଷିକ ବନ୍ଧୁମିଳନ-୨୦୨୩ ଅବସରରେ ପ୍ରାୟ ୭୫ରୁ ଅଧିକ ସଦସ୍ୟ ସପରିବାର ମିଳିତ ହୋଇ ପୁରୁଣା ସ୍ମୃତିର ରୋମନ୍ଥନ କରିବା ସହ ମଜା ନେଇଥିଲେ ବିଭିନ୍ନ କାର୍ଯ୍ୟକ୍ରମର ଏବଂ ପ୍ରତିଯୋଗିତାର I

"ସାଗର କିନାରେ" (ସାଗର କୂଳରେ) ନାମରେ ନାମିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଦସ୍ୟ ମାନେ ଭାଗନେଇ ଖୁସି ମନାଇଥିଲେ ଏବଂ ଏଥିରେ ସେମାନଙ୍କ ପିଲାମାନେ, ପତ୍ନୀ, ସ୍ୱାମୀ ତଥା ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ଭାଗ ନେଇଥିଲେ I ସେମାନେ ପାଖରେ ଥିବା ସମୁଦ୍ର କୁଳ, ଯାହାକି ୫ କିମି ପଛକୁ ଚାଲିଯାଇପାରେ, ଦେଖିଥିଲେ I  ଚାନ୍ଦିପୁରର ଏହି ଆଶ୍ଚର୍ଯ୍ୟ ଜନକ ସମୁଦ୍ରକୂଳ ମଧ୍ୟ ଅନକେ ଜୀବମାନଙ୍କ ପାଇଁ ଆକର୍ଷଣ ପାଲଟେ I ଅଶ୍ୱ ଖୁରାକୃତି କଙ୍କଡା ଏବଂ ବାଲିରେ ଦୌଡୁଥିବା ନାଲି କଙ୍କଡା ଏଠାରେ ଦେଖିବାକୁ ମିଳନ୍ତି I

କଲେଜ ଜୀବନରେ ବିତିଥିବା ପୁରୁଣା ସ୍ମୃତିର ରୋମନ୍ଥନ ସହିତ ବାରିପଦାର ବାସ୍ନା ପୁଣି ସମସ୍ତଙ୍କ ମନରେ ଆଣିବା ପାଇଁ ଖାଦ୍ୟପେୟ ସହିତ ପ୍ରସିଦ୍ଧ ମୁଢି ମାଂସ ମଧ୍ୟ ପରସା ଯାଇଥିଲା I ଚାନ୍ଦିପୁରର ସ୍ମୃତିକୁ ଆହୁରି ଉଜ୍ଜୀବିତ କରି ରଖିବାପାଇଁ ବାଲେଶ୍ୱରର ପ୍ରସିଦ୍ଧ ଲାଖ କଣ୍ଢେଇ ସମସ୍ତ ସଦସ୍ୟ ମାନଙ୍କୁ ଉପହାର ଆକାରରେ ଦିଆଯାଇଥିଲା I ଏହି ଲାଖ କଣ୍ଢେଇ ବାଲେଶ୍ୱରର ପ୍ରସିଦ୍ଧ ଲାଖ ଶିଳ୍ପୀ ଏବଂ ସଂସ୍କୃତି ପ୍ରେମୀ କେଶୁ ଦାସ ତିଆରି କରିଥିବାର ବାଲେଶ୍ୱରର ସ୍ଥାନୀୟ ସଦସ୍ୟ ମାନେ ପ୍ରକାଶ କରିଥିଲେ I ବିଭିନ୍ନ ପ୍ରତିଯୋଗିତାରେ ଜିତିଥିବା ସଦସ୍ୟ ଅଥବା ତାଙ୍କ ପରିବାର ସଦସ୍ୟ ମାନଙ୍କୁ ପୁରସ୍କୃତ କରାଯାଇଥିଲା I

What's Your Reaction?

like

dislike

love

funny

angry

sad

wow