ସିଙ୍ଗାପୁର ଯିବେ ଏସଏଚଜି ମହିଳା

ସିଙ୍ଗାପୁର ଯିବାକୁ ମନୋନୀତ ହୋଇଥିବା ଗଞ୍ଜାମ ଜିଲ୍ଲାର ଚାରି ମିଶନ ଶକ୍ତି ମା’ ବୁଧବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ଦ୍ୱାରା ଉତ୍ପାଦିତ ହେଉଥିବା ଉନ୍ନତ ମାନର ସାମଗ୍ରୀ ଆନ୍ତର୍ଜାତୀୟ ବଜାରରେ କିଭଳି ବିକ୍ରି କରାଯାଇ ପାରିବ ଓ ସିଙ୍ଗାପୁରରେ କେଉଁ କେଉଁ ସାମଗ୍ରୀ ଉତ୍ପାଦିତ ହୋଇ କିଭଳି ପ୍ୟାକିଂ କରି ଆନ୍ତର୍ଜାତୀୟ ବଜାରକୁ ଛଡାଯାଉଛି ତାହା ସେମାନେ ଦେଖି ଜ୍ଞାନ ହାସଲ କରିପାରିବେ ବୋଲି ଜିଲ୍ଲାପାଳ କହିଥିଲେ । ଉଲ୍ଲେଖଯୋଗ୍ୟ, ଓଡିଶାରୁ ସିଙ୍ଗାପୁର ବିମାନ ଯାତ୍ରା ଜୁନ୍ ୩ରୁ ଆରମ୍ଭ ହେବ । ଏହି ଅବସରରେ ୧୧ ଏସଏଚଜି ମହିଳା ସିଙ୍ଗାପୁର ଯିବାକୁ ମନୋନୀତ ହୋଇଛନ୍ତି ।

Jun 6, 2023 - 05:19
 0  158
ସିଙ୍ଗାପୁର ଯିବେ ଏସଏଚଜି ମହିଳା

What's Your Reaction?

like

dislike

love

funny

angry

sad

wow