ଓଟିଡିସି କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Aug 31, 2023 - 21:50
 0  9
ଓଟିଡିସି କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ବର- ତା.୩୧.୦୮.୨୦୨୩- ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର କର୍ମଚାରୀ ଶ୍ରୀ ବନୋଜ ପାତ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ଼ଃ ଲେନିନ୍ ମହାନ୍ତି, ଓଟିଡିସି ମହାପ୍ରବନ୍ଧକ ଡ଼ଃ ଲଲାଟେନ୍ଦୁ ସାହୁ, କମ୍ପାନି ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ ପଣ୍ଡା, ଡିଭିଜନାଲ ମ୍ୟାନେଜର ଡ଼ଃ ଆଲୋକ ମିଶ୍ର, ଶ୍ରୀ ରଞ୍ଜନ କୁମାର ମିଶ୍ର ଏବଂ ଶ୍ରୀ ଅଭିଜିତ ସୌରଭ ସ୍ୱାଇଁଙ୍କ ସମେତ ସହକର୍ମୀ ଓ ଶୁଭେଛୁ ମାନେ ଉପସ୍ଥିତ ଥିଲେ ।

ଓଟିଡିସି ସହିତ ଶ୍ରୀ ପାତ୍ରଙ୍କ ୨୬ ବର୍ଷର ଉଜ୍ଜ୍ୱଳ କ୍ୟାରିୟର ଥିଲା । ଏହି ସମୟରେ ସେ ଅସାଧାରଣ ସମର୍ପଣ, ନବସୃଜନ ଏବଂ ନେତୃତ୍ୱ ପ୍ରଦର୍ଶନ କରିଥିଲେ । ତାଙ୍କ ଯୋଗଦାନ ନିଗମର ଗତିପଥକୁ ଗୁରୁତ୍ୱପୂର୍ଣ୍ଣ ରୂପ ଦେଇଛି ଏବଂ ବିଭିନ୍ନ ବିଭାଗ ଓ ପ୍ରକଳ୍ପ ଉପରେ ଏକ ଛାପ ଛାଡିଥିବାର ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଶ୍ରୀ ପାତ୍ରଙ୍କ ଅସାଧାରଣ ସେବା ପାଇଁ ବିଭିନ୍ନ ଡିଭିଜନରୁ ସହକର୍ମୀମାନେ ଉପସ୍ଥିତ ରହି କୃତଜ୍ଞତା ଜଣାଇବା ସହିତ ଅବସରକାଳୀନ ଶୁଭେଚ୍ଛା ଜ୍ଞାପନ କରିଥିଲେ । 

ଅଧ୍ୟକ୍ଷ ଡ଼ଃ ଲେନିନ୍ ମହାନ୍ତି, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚ୍ଚିନ ରାମଚନ୍ଦ୍ର ଯାଦବ, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ବିଦାୟୀ ଅଧିକାରୀ ଶ୍ରୀ ପାତ୍ରଙ୍କୁ ଅବସରକାଳୀନ ଶୁଭେଚ୍ଛା ଜଣାଇଥିଲେ ।

ଓଟିଡିସିର ଅଭିବୃଦ୍ଧିରେ ତାଙ୍କର ଅବଦାନ, ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ କ୍ଷେତ୍ରରେ ଶ୍ରୀ ପାତ୍ରଙ୍କ ସକାରାତ୍ମକ ପ୍ରଭାବ ସଂପର୍କରେ ଉପସ୍ଥିତ ସମସ୍ତେ ବର୍ଣ୍ଣନା କରିଥିଲେ ।

What's Your Reaction?

like

dislike

love

funny

angry

sad

wow