ଢେଙ୍କାନାଳ ଆସିବେ ଅମିତ ଶାହା

Jun 10, 2023 - 02:25
Jun 11, 2023 - 02:26
 0  496
ଢେଙ୍କାନାଳ ଆସିବେ ଅମିତ ଶାହା
ଢେଙ୍କାନାଳ ଆସିବେ ଅମିତ ଶାହା

ଢେଙ୍କାନାଳ ଆସିବେ ଅମିତ ଶାହା
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଜୁନ ୧୭ରେ ଢେଙ୍କାନାଳ ଗସ୍ତରେ ଆସି ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ତେବେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଏବେ ମିଳିନଥିଲେ ବି ଅମିତ ଶାହଙ୍କ ଢେଙ୍କାନାଳ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଅବସରରେ ସେ ପ୍ରାୟ ୫୦ହଜାର ହିତାଧିକାରୀଙ୍କୁ ଏକ ସମ୍ମିଳନୀରେ ସମ୍ବୋଧିତ କରିବେ । ଏହାସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପଦ୍ମ ପୁରସ୍କାର ପ୍ରାପ୍ତ ଓ ଅନ୍ୟାନ୍ୟ ପୁରସ୍କାର ପାଇଥିବା ବ୍ୟକ୍ତି ବିଶେଷଙ୍କୁ ଭେଟିବେ । ଏହି ଅବସରରେ ସେ ମୋଦୀ ସରକାରଙ୍କ ୯ ବର୍ଷର ଶାସନ କାଳରେ ହୋଇଥିବା ବିକାଶର ଚିତ୍ର ଉପସ୍ଥାପନ କରିବେ । ଏହି ଯାତ୍ରାରେ ତାଙ୍କ ସହ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଏବଂ ରାଜ୍ୟ ବିଜେପିର କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ ।

What's Your Reaction?

like

dislike

love

funny

angry

sad

wow