ମଣିପୁରରେ ଗଠିତ ହେଲା ଶାନ୍ତି କମିଟି

Jun 10, 2023 - 02:24
Jun 11, 2023 - 02:24
 0  379
ମଣିପୁରରେ ଗଠିତ ହେଲା ଶାନ୍ତି କମିଟି
ମଣିପୁରରେ ଗଠିତ ହେଲା ଶାନ୍ତି କମିଟି

ମଣିପୁରରେ ଗଠିତ ହେଲା ଶାନ୍ତି କମିଟି
ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ଗଠନ କରିଛନ୍ତି । କମିଟିରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନେ ରହିଛନ୍ତି । ସେହିପରି ପୂର୍ବତନ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍‍, ସାହିତ୍ୟିକ, କଳାକାର, ସାମାଜିକ କର୍ମୀ ଏବଂ ବିଭିନ୍ନ ଆଦିବାସୀ ଗୋଷ୍ଠୀର ପ୍ରତିନିଧି ମଧ୍ୟ କମିଟିରେ ସଦସ୍ୟ ଅଛନ୍ତି । କମିଟି ବିଭିନ୍ନ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଶାନ୍ତି ସ୍ଥାପନ ପ୍ରକ୍ରିୟାକୁ ସହଜ କରିବ, ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ବିବାଦୀୟ ଦଳ/ଗୋଷ୍ଠୀ ମଧ୍ୟରେ ବୁଝାମଣା କରିବ । ସାମାଜିକ ଏକତା, ପାରସ୍ପରିକ ବୁଝାମଣା ସୁଦୃଢ କରିବ ଏବଂ ବିଭିନ୍ନ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସୁଗମ କରିବା ଦିଗରେ ମଧ୍ୟ କାର୍ଯ୍ୟ କରିବ ।

What's Your Reaction?

like

dislike

love

funny

angry

sad

wow