କିସ୍‍ର ପ୍ରଭାବକୁ ‘ଆସ୍‍କି’ର ପ୍ରଶଂସା

Sep 14, 2023 - 20:06
Sep 15, 2023 - 20:06
 0  4
କିସ୍‍ର ପ୍ରଭାବକୁ ‘ଆସ୍‍କି’ର ପ୍ରଶଂସା
କିସ୍‍ର ପ୍ରଭାବକୁ ‘ଆସ୍‍କି’ର ପ୍ରଶଂସା

କିସ୍‍ର ପ୍ରଭାବକୁ ‘ଆସ୍‍କି’ର ପ୍ରଶଂସା
ଭୁବନେଶ୍ୱର, ୧୪ ।୯: ଶିକ୍ଷା ଜରିଆରେ ଦୀର୍ଘ ୩୦ ବର୍ଷ ହେଲା ଜନଜାତି ସଶକ୍ତିକରଣ କରିଆସୁଥିବା କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍)ର ପ୍ରଭାବକୁ ହାଇଦ୍ରାବାଦ୍‍ସ୍ଥିତ ଆଡ୍‍ମିନିଷ୍ଟ୍ରେଟିଭ୍‍ ଷ୍ଟାଫ୍‍ କଲେଜ ଅଫ୍‍ ଇଣ୍ଡିଆ (ଆସ୍‍କି) ଭୂୟସୀ ପ୍ରଶଂସା କରିଛି । ଆସ୍‍କି ହେଉଛି ଭାରତ ସରକାରଙ୍କ ସର୍ବ ପୁରାତନ ଗବେଷଣା ଓ ତାଲିମ୍‍ ଅନୁଷ୍ଠାନ । ଏହା ବିଶ୍ୱର ତୃତୀୟ ଅନୁଷ୍ଠାନ ହୋଇଥିବା ବେଳେ ଏସିଆର ଏକମାତ୍ର ଅନୁଷ୍ଠାନ । ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କିସ୍‍ ସର୍ବଦା ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିଆସୁଛି । ଏ ଦିଗରେ କିସ୍‍ର ପ୍ରଭାବ କିପରି ରହିଛି ସେ ନେଇ ମୂଲ୍ୟାୟନ କରିବା ପାଇଁ ଆସ୍‍କିକୁ ଦାୟିତ୍ୱ ଦିଆଯାଇଥିଲା । ଆସ୍‍କି ପକ୍ଷରୁ ଦୀର୍ଘ ୧ ବର୍ଷ ଧରି କିସ୍‍ କାର୍ଯ୍ୟର ବିଭିନ୍ନ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା । ଆଜି ହାଇଦ୍ରାବାଦ୍‍ସ୍ଥିତ ଆସ୍‍କି କାର୍ଯ୍ୟାଳୟ ପରିସରରେ ଆସ୍‍କି ପକ୍ଷରୁ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରାଯାଇଛି । ଏହି ରିପୋର୍ଟରେ କିସ୍‍ କାର୍ଯ୍ୟକଳାପ ଓ ସମସ୍ତ ପ୍ରକାର ପ୍ରଭାବ ନେଇ ଆସ୍‍କି ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି । କିସ୍‍ର କାର୍ଯ୍ୟକୁ ଉପଯୁକ୍ତ ମୂଲ୍ୟାୟନ କରାଯାଇଥିବାରୁ ଶ୍ରୀ ସାମନ୍ତ ଆସ୍‍କିକୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ସାମନ୍ତ ହାଇଦ୍ରାବାଦ୍‍ର ଦୁଇଟି ସ୍ଥାନରେ ବକ୍ତୃତା ପ୍ରଦାନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow