ଶ୍ରୀମନ୍ଦିର ବଜେଟ୍‌ ଅନୁମୋଦିତ

Jun 12, 2023 - 14:44
Jun 13, 2023 - 14:44
 0  507
ଶ୍ରୀମନ୍ଦିର ବଜେଟ୍‌ ଅନୁମୋଦିତ
ଶ୍ରୀମନ୍ଦିର ବଜେଟ୍‌ ଅନୁମୋଦିତ

ଶ୍ରୀମନ୍ଦିର ବଜେଟ୍‌ ଅନୁମୋଦିତ
ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌କୁ ଅନୁମୋଦନ ମିଳିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୭୧କୋଟି ୭ଲକ୍ଷ ଟଙ୍କାର ଆୟ ବ୍ୟୟ ଅଟକଳ ଅନୁମୋଦନ କରାଯାଇଛି । ଆୟ ୨୭୧ କୋଟି ୭ ଲକ୍ଷ ଏବଂ ବ୍ୟୟ ୨୬୨କୋଟି ୧୬ ଲକ୍ଷ ଟଙ୍କା ରହିଛି । ବଳକା ୮କୋଟି ୯୧ ଲକ୍ଷ ଟଙ୍କା ରହିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି । ଆର୍ଥିକ ବର୍ଷ ଶେଷ ସୁଦ୍ଧା କର୍ପସ ପାଣ୍ଠିରେ ୫୮ କୋଟି ଟଙ୍କା ଜମା କରାଯିବ । ସେହିପରି ବିଦେଶୀ ଭକ୍ତ ଏଣିକି ଅନଲାଇନ୍ ମାଧ୍ୟମରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରି ପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

What's Your Reaction?

like

dislike

love

funny

angry

sad

wow