ଟ୍ରିପଲ ମର୍ଡଲ ଘଟଣାରେ ବାପକୁ ଫାଶୀ, ପୁଅକୁ ଆଜୀବନ ଜେଲ ଦଣ୍ଡାଦେଶ

Aug 9, 2023 - 08:05
Aug 10, 2023 - 08:05
 0  5
ଟ୍ରିପଲ ମର୍ଡଲ ଘଟଣାରେ ବାପକୁ ଫାଶୀ, ପୁଅକୁ ଆଜୀବନ ଜେଲ ଦଣ୍ଡାଦେଶ
ଟ୍ରିପଲ ମର୍ଡଲ ଘଟଣାରେ ବାପକୁ ଫାଶୀ, ପୁଅକୁ ଆଜୀବନ ଜେଲ ଦଣ୍ଡାଦେଶ

ଟ୍ରିପଲ ମର୍ଡଲ ଘଟଣାରେ ବାପକୁ ଫାଶୀ, ପୁଅକୁ ଆଜୀବନ ଜେଲ ଦଣ୍ଡାଦେଶ
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତର ଲପଡ଼ା ଗାଁରେ ପ୍ରାୟ ୩ ବର୍ଷ ପୂର୍ବରୁ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି । କୁଚିଣ୍ଡା ଏଡିଜେ ରାଜକିଶୋର ଲେଙ୍କା ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ନବୀନ ଦେହୁରୀକୁ ଫାଶୀ, ଅନ୍ୟତମ ଅଭିଯୁକ୍ତ ପୁଅ ହେମାନନ୍ଦ ଓରଫ ମଣ୍ଟୁକୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି । ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଉଭୟ ବାପା ଓ ପୁଅଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଓକିଲ ରବୀନ୍ଦ୍ର ନାୟକ ମାମଲାର ପରିଚାଳନା କରୁଥିଲେ । ସୂଚନାଯୋଗ୍ୟ, ଅକ୍ଟୋବର ୨୧, ୨୦୨୦ ଦିନ ପ୍ରାୟ ୨ଟା ବେଳେ ଲପଡ଼ା ଗାଁର ଗିରିଧାରୀ ପୂର୍ବରୁ କାଟି ରଖିଥିବା ଧାନ ‌ଆଣିବାକୁ ବିଲକୁ ଯାଇଥିଲେ । କିଛି ସମୟ ପରେ ନବୀନ ଦେହୁରୀ (୫୦) ଓ ତା ପୁଅ ମଣ୍ଟୁ ଦେହୁରୀ (୨୨) ଟାଙ୍ଗିଆ ଧରି ବିଲ ଅଭିମୁଖେ ଯିବା ଗାଁ ଲୋକେ ଦେଖିଥିଲେ । ସେଠାରେ ଗିରିଧାରୀଙ୍କୁ ନବୀନ ଓ ମଣ୍ଟୁ ଟାଙ୍ଗିଆରେ ହାଣି ହତ୍ୟା କରି ବିଲରେ ଫୋପାଡ଼ି ଗାଁକୁ ଫେରି ଆସିଥିଲେ । ସେତିକି ବେଳେ ଗିରିଧାରୀଙ୍କ ପତ୍ନୀ ସାବିତ୍ରୀ ସାହୁ (୩୫) ଓ ତାଙ୍କ ମା’ ପୀରବତୀ ବେହେରା (୫୫) ଗାଁ ଦାଣ୍ଡରେ ଥିବା ନଳକୂଅକୁ ପାଣି ନେବାକୁ ଆସିଥିଲେ । ଗିରିଧାରୀଙ୍କ ହତ୍ୟାକାରୀ ନବୀନ ଟାଙ୍ଗିଆରେ ଉଭୟ ମହିଳାଙ୍କୁ ନୃଶଂସ ଭାବେ ହାଣି ହତ୍ୟା କରିଥିଲା । ଘଟଣା ସମ୍ପର୍କରେ ଖବର ପାଇ ସମ୍ବଲପୁର ଏସ୍‌ପି କନ୍‌ୱର ବିଶାଳ ସିଂହ, କୁଚିଣ୍ଡା ଏସଡ଼ିପିଓ ରାଜକିଶୋର ମିଶ୍ର, ମହୁଲପାଲି ଥାନା ଅଧିକାରୀ ଜ୍ୟୋସ୍ନାରାଣୀ ବେହେରା, ସବଇନ୍ସପେକ୍ଟର ଦିଲୀପ ବେହେରା ସଦଳବଳେ ପହଞ୍ଚି ଘରେ ଲୁଚିଥିବା ଅଭିଯୁକ୍ତ ବାପ-ପୁଅ ନବୀନ ଓ ମଣ୍ଟୁକୁ କାବୁ ତଦନ୍ତ ଆରମ୍ଭ କରିଥିଲେ । ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ମାମଲାକୁ ରେଡ୍ ଫ୍ଳାଗ୍ ଟ୍ୟାଗ୍‌ କରାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow