ମୁମ୍ବାଇରେ ଦେଶର 77 ପ୍ରତିଶତ ଉଚ୍ଚା କୋଠା- ସିବିଆରଇ 

Jun 29, 2023 - 08:07
Jun 30, 2023 - 08:08
 0  11
ମୁମ୍ବାଇରେ ଦେଶର 77 ପ୍ରତିଶତ ଉଚ୍ଚା କୋଠା- ସିବିଆରଇ 
ମୁମ୍ବାଇରେ ଦେଶର 77 ପ୍ରତିଶତ ଉଚ୍ଚା କୋଠା- ସିବିଆରଇ 

ମୁମ୍ବାଇରେ ଦେଶର 77 ପ୍ରତିଶତ ଉଚ୍ଚା କୋଠା- ସିବିଆରଇ 
ଦେଶର 77 ପ୍ରତିଶତ ଉଚ୍ଚା କୋଠା ମୁମ୍ବାଇରେ ରହିଛି । ସେହିପରି 150 ମିଟରର କୋଠା 100ଟି କୋଠା ସହ ମୁମ୍ବାଇ ବିଶ୍ୱରେ 17ତମ ଓ ଏସିଆରେ 14ତମ ସ୍ଥାନ ହାସଲ କରିଛି । ସିବିଆରଇ ଦକ୍ଷିଣ ଏସିଆ ଦ୍ଲାରା ହୋଇଥିବା ସର୍ବେକ୍ଷଣ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଏହି ରିପୋର୍ଟରୁ ଜଣାପଡିଛି ଭାରତର 89 ପ୍ରତିଶତ ଉଚ୍ଚା କୋଠା ଆବାସିକ । ମାତ୍ର 6 ପ୍ରତିସତ ସରକାରୀ କାମରେ ବ୍ୟବହୃତ ହୁଏ । ସ୍କାଏ ଇଜ ଦ ଲିମିଟ ଶୀର୍ଷକ ଏହି ରିପୋର୍ଟ ଅନୁଯାୟୀ ମୁମ୍ବାଇ ପରେ ହାଇଦ୍ରାବାଦ, କୋଲକାତା, ନଏଡା, ଗୁରଗାଓଁ, ବେଙ୍ଗଳୁରୁ, ଚେନ୍ନାଇ ଉଚ୍ଚା କୋଠା ତାଲିକାରେ ସ୍ଥାନ ପାଇଛନ୍ତି । ହାଇଦ୍ରାବାଦରେ 8 ପ୍ରତିଶତ, କୋଲକାତାରେ 7 ପ୍ରତିଶତ, ନଏଡାରେ 5 ପ୍ରତିଶତ ଉଚ୍ଚା କୋଠା ଥିବା ବେଳଏ ଗୁଡଗାଓଁ, ବେଙ୍ଗଳୁରୁ ଓ ଚେନ୍ନାଇରେ ମାତ୍ର ଏକ ପ୍ରତିଶତ ଉଚ୍ଚା କୋଠା ରହିଛି । 1961ରେ ନିର୍ମିତ ମୁମ୍ବାଇରେ ଆବାସିକ କୋଠା ଉଷା କିରଣ ଦେଶର ପ୍ରଥମ ଉଚ୍ଚ କୋଠା (80 ମିଟର) ଥିଲା । ତେବେ 1970ରେ କୋଲକାତାର ସୁଭାଷ ଚନ୍ଦ୍ର ବୋଷ ଟାୱାର, ଓବେରୟ ଟ୍ରାଇଡେଣ୍ଟ. ଏୟାର ଇଣ୍ଡିଆ କାର୍ଯ୍ୟାଳୟ ଭଳି ଅଧିକ ଉଚ୍ଚତାର ନିର୍ମିତ ହୋଇଥିଲା । ତେବେ 2000 ପରେ ଭାରତରେ ଉଚ୍ଚା କୋଠା ନିର୍ମାଣର ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow