ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ଚାରି ମହିଳା ସାଂସଦ 

Jul 20, 2023 - 08:12
Jul 21, 2023 - 08:12
 0  9
ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ଚାରି ମହିଳା ସାଂସଦ 
ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ଚାରି ମହିଳା ସାଂସଦ 

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ଚାରି ମହିଳା ସାଂସଦ 
ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏକ ଐତିହାସିକ ପଦକ୍ଷେପ କ୍ରମେ ଚାରି ମହିଳା ସାଂସଦଙ୍କୁ ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ କରିଛନ୍ତି । ପ୍ୟାନେଲକୁ ମନୋନୀତ ହୋଇଥିବା ସମସ୍ତ ମହିଳା ସାଂସଦ ପ୍ରଥମ ଥର ପାଇଁ ସଂସଦର ସଦସ୍ୟ ହୋଇଛନ୍ତି । ଏହି ଚାରି ମହିଳା ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ମହିଳା ଭାବେ ନାଗାଲାଣ୍ଡରୁ ପ୍ରଥମ ଥର ପାଇଁ ନିର୍ବାଚିତ ରାଜ୍ୟସଭା ସାଂସଦ ଫାଙ୍ଗନୋନ୍ କୋନ୍ୟାକ (ବିଜେପି), ପିଟି ଉଷା (ମନୋନୀତ), ଫୌଜିଆ ଖାନ (ଆଇଏନସି) ଓ ସୁଲତା ଦେଓ (ବିଜେଡି) । ମୌସୁମୀ ଅଧିବେଶନ ପୂର୍ବରୁ ପୁନର୍ଗଠିତ ଉପାଧ୍ୟକ୍ଷ ପ୍ୟାନେଲରେ ମହିଳା ସଦସ୍ୟ ମାନଙ୍କୁ ସମାନ ପ୍ରତିନିଧିତ୍ୱ ଦିଆଯାଇଛି । ଏହି ପ୍ୟାନେଲକୁ ମନୋନୀତ ହୋଇଥିବା ଅନ୍ୟ ସଦସ୍ୟମାନେ ହେଲେ- ଭି ବିଜୟସାଇ ରେଡ୍ଡୀ, ଘନଶ୍ୟାମ ତିୱାରୀ, ଏଲ ହନୁମନ୍ତାୟା ଓ ସୁଖେନ୍ଦୁ ଶେଖର ରାୟ । ସେହିପରି ରାଜ୍ୟସଭା ଚେୟାର ସମ୍ପୂର୍ଣ୍ଣ ଡିଜିଟାଲ୍ ହୋଇ ପାରିଛି । ଗୃହରେ ପ୍ରାସଙ୍ଗିକ ଆଚରଣ, ଗୃହରେ ଉପସ୍ଥିତ ରହିବା, ସଭ୍ୟ ମାନଙ୍କର କଥାବାର୍ତ୍ତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୂଚନା ପାଇଁ ରାଜ୍ୟସଭା ଚେୟାର ଇଲେକ୍ଟ୍ରୋନିକ୍ ଟାବ ବ୍ୟବହାର କରିବେ ।

What's Your Reaction?

like

dislike

love

funny

angry

sad

wow