ୱାକଫ୍ ବୋର୍ଡ ଠାରୁ ସରକାର ନେଇଯିବେ ୧୨୩ଟି ସମ୍ପତ୍ତି

The government will take away 123 properties from the Wakf Board

Aug 30, 2023 - 15:54
 0  2
ୱାକଫ୍ ବୋର୍ଡ ଠାରୁ ସରକାର ନେଇଯିବେ ୧୨୩ଟି ସମ୍ପତ୍ତି

କେନ୍ଦ୍ର ସରକାରଙ୍କ ତରଫରୁ ସହରୀ ବିକାଶ ମନ୍ତ୍ରଣାଳୟ ଦିଲ୍ଲୀ ୱାକଫ୍ ବୋର୍ଡର ୧୨୩ ଟି ସମ୍ପତ୍ତି ଫେରାଇ ନେବାକୁ ନୋଟିସ ଜାରି କରିଛନ୍ତି । ଏହି ତାଲିକାରେ ଦିଲ୍ଲୀର ଜାମ୍ମା ମସଜିଦ୍ ବି ସାମିଲ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ସମୟରେ ଜାମା ମସଜିଦକୁ ୱାକଫ୍ ବୋର୍ଡ ହାତକୁ ହସ୍ତାନ୍ତର କରିଦେଇଥିଲେ । ଏବେ ସରକାର ଦିଲ୍ଲୀର ମହତ୍ୱପୂର୍ଣ୍ଣ ୧୨୩ଟି ସମ୍ପତ୍ତିକୁ ଫେରାଇନେବାକୁ ନୋଟିସ ଜାରି କରିଛନ୍ତି । ଯେଉଁ ଜାମା ମସଜିଦ ସମ୍ପତ୍ତିକୁ ସରକାର ଫେରାଇନେବାକୁ ନୋଟିସ ଜାରି କରିଛନ୍ତି ତାହା ଲାଲ କିଲ୍ଲା ନିକଟରେ ଥିବା ଜାମା ମସଜିଦ୍ ନୁହେଁ ବରଂ କେନ୍ଦ୍ରୀୟ ଦିଲ୍ଲୀ ନିକଟରେ ଥିବା ଏକ ଜାମା ମସଜିଦ୍ ।

କେନ୍ଦ୍ର ସହରୀ ବିକାଶ ମନ୍ତ୍ରଣାଳୟ ତରଫରୁ ଅଣ ସୂଚିତ ୱାକଫ୍ ବୋର୍ଡ ସମ୍ପତ୍ତିକୁ ନେଇ ଦୁଇଜଣିଆ କମିଟିର ରିପୋର୍ଟ ଆଧାରରେ ଦିଲ୍ଲୀ ୱାକଫ୍ ବୋର୍ଡର ୧୨୩ଟି ସମ୍ପତ୍ତିକୁ ନିଜ ଦଖଲକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ କିଛି ମସଜିଦ୍, ଦରଗାହା, କବରସ୍ଥାନ ସାମିଲ ରହିଛି । ସରକାରଙ୍କ ତରଫରୁ ଦିଲ୍ଲୀ ୱାକଫ୍ ବୋର୍ଡର ଅଧ୍ୟକ୍ଷ ତଥା ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନୁତଲ୍ଲାହ ଖାନଙ୍କୁ ଚିଠି ଲେଖି ଏନେଇ ସୂଚନା ପ୍ରଦାନ କରିଛନ୍ତି  । ଯେଉଁ ୧୨୩ଟି ସମ୍ପତ୍ତିକୁ ସରକାର ଫେରାଇନେବାକୁ ନୋଟିସ ଜାରି କରିଛନ୍ତି ସେହି ସମ୍ପତ୍ତିଗୁଡିକ ପୂର୍ବରୁ ସରକାରଙ୍କ ଦଖଲରେ ଥିଲା । ମନମୋହନ ସିଂଙ୍କ ସରକାର ସମୟରେ ଏଗୁଡିକୁ ୱାକଫ୍ ବୋର୍ଡ ହାତକୁ ଦିଆଯାଇଥିଲା । ଏନେଇ ଏବେ କେନ୍ଦ୍ରୀୟ ସହରୀ ବିକାଶ ମନ୍ତ୍ରଣାଳୟ ତରଫରୁ ୱାକଫ୍ ବୋର୍ଡକୁ ଜାରୀ କରାଯାଇଥିବା ନୋଟିସରେ ଅତ୍ୟାବଶ୍ୟକ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପୂର୍ବରୁ ଦିଲ୍ଲୀ ୱାକଫ୍ ବୋର୍ଡ ତରଫରୁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା । ଆବେଦନରେ କୁହାଯାଇଥିଲା ଏସବୁ ସମ୍ପତ୍ତିକୁ ଭଙ୍ଗାରୁଜା କରିବାକୁ କୋର୍ଟ ଅନ୍ୟ କାହାକୁ ନିର୍ଦ୍ଦେଶ ନଦିଅନ୍ତୁ । ହେଲେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.