ଚେନ୍ନାଇ ରେଳ ଦୁର୍ଘଟଣା: ମୃତ ମୟୂରଭଞ୍ଜ ବାସୀ ଯୁବକଙ୍କ ମର ଶରୀର ପହଞ୍ଚିଲା ରାଜଧାନୀ

Sep 8, 2023 - 23:36
 0  8
ଚେନ୍ନାଇ ରେଳ ଦୁର୍ଘଟଣା: ମୃତ ମୟୂରଭଞ୍ଜ ବାସୀ ଯୁବକଙ୍କ ମର ଶରୀର ପହଞ୍ଚିଲା ରାଜଧାନୀ

ଭୁବନେଶ୍ୱର, ସେପ୍ଟେମ୍ବର ୮: ଗତ ସେପ୍ଟେମ୍ବର ୫ ତାରିଖରେ ଚେନ୍ନାଇଠାରେ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୟୁରଭଞ୍ଜ ଜିଲ୍ଲା କାଠରୁମା କୁଡ଼ିଆପାଳର ସରାଇ ମୁର୍ମୁଙ୍କ ମରଶରୀର ଓଡିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଚେନ୍ନାଇରୁ ରେଳଯୋଗେ ଆସି ଆଜି ସନ୍ଧ୍ୟାରେ ବାଲେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଛି । 

ପରେ ତାଙ୍କ ମରଶରୀରକୁ ଶେଷକୃତ୍ୟ ପାଇଁ ତାଙ୍କ ପୈତୃକ ଗ୍ରାମକୁ ନିଆଯାଇଛି । ଓଡିଶା ପରିବାର ପକ୍ଷରୁ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ସଂସ୍କୃତି ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଛନ୍ତି । 

ସେହିଭଳି ଦୁବାଇରେ ନିର୍ଯାତନାର ଶିକାର ହୋଇଥିବା ଗଞ୍ଜାମ ଜିଲ୍ଲାର ଆଠ ଜଣ ଶ୍ରମିକ ନିର୍ଦ୍ଦେଶାଳୟ ଉଦ୍ୟମରେ ଆସନ୍ତାକାଲି ସକାଳ ୯ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଂଚିବା ପରେ ସେମାନଙ୍କୁ ଓଡିଶା ପରିବାର ପକ୍ଷରୁ ସ୍ୱାଗତ କରାଯିବ ।

What's Your Reaction?

like

dislike

love

funny

angry

sad

wow