ସ୍କୁଲରେ ବଜ୍ରପାତ, ୨୦ ଛାତ୍ରଛାତ୍ରୀ ଆହତ

Aug 12, 2023 - 08:41
Aug 13, 2023 - 08:42
 0  7
ସ୍କୁଲରେ ବଜ୍ରପାତ, ୨୦ ଛାତ୍ରଛାତ୍ରୀ ଆହତ
ସ୍କୁଲରେ ବଜ୍ରପାତ, ୨୦ ଛାତ୍ରଛାତ୍ରୀ ଆହତ

ସ୍କୁଲରେ ବଜ୍ରପାତ, ୨୦ ଛାତ୍ରଛାତ୍ରୀ ଆହତ
କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକର କୁଦାନଗରୀ ହାଇସ୍କୁଲ କୋଠା ଉପରେ ବଜ୍ରପାତ ଯୋଗୁଁ ୨୦ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ଉଲ୍ଲେଖଯୋଗ୍ୟ ବଜ୍ରପାତରେ ଆହତ ଛାତ୍ରଛାତ୍ରୀମାନେ କୁଦାନଗରୀ ହାଇସ୍କୁଲ ପରିସରରେ ଅସ୍ଥାୟୀ ଭାବେ ଚାଲିଥିବା ଆଦର୍ଶ ବିଦ୍ୟାଳୟର କ୍ଲାସ ଚାଲିଥିବା ବେଳେ ଏହି ବଜ୍ରପାତ ହୋଇଥିଲା । ବଜ୍ରପାତର ଶବ୍ଦରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ ଚମକି ପଡ଼ି‌ଥିଲେ । ବଜ୍ରପାତ ଯୋଗୁଁ ସଟସର୍କିଟ ହୋଇ ସ୍କୁଲର ବିଦ୍ୟୁତ ତାର ଜଳିଯାଇଛି । କିଛି ଫ୍ୟାନ୍‌ ମଧ୍ୟ ପୋଡ଼ିଯାଇଛି ।

What's Your Reaction?

like

dislike

love

funny

angry

sad

wow