ଅଗଷ୍ଟ ୧୮ରୁ ସାତ ହଜାରରୁ ଅଧିକ ଡାକ୍ତର ପଦବୀ ପାଇଁ ଆବେଦନ
ଅଗଷ୍ଟ ୧୮ରୁ ସାତ ହଜାରରୁ ଅଧିକ ଡାକ୍ତର ପଦବୀ ପାଇଁ ଆବେଦନ
ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ୭ ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି ହୋଇଛି । ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୧୮ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ୨୪୬୫, ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ୧୫୯୭ ପଦ ସଂରକ୍ଷିତ ଥିବାବେଳେ ଏସଇବିସି ପ୍ରାର୍ଥୀଙ୍କ ପାଇଁ ୭୧୪ ପଦବୀ ସଂରକ୍ଷିତ ରହିଛି । ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୨୫୦୦ପଦବୀ ସଂରକ୍ଷିତ ରହିଛି ।
What's Your Reaction?