ରାଜ୍ୟରେ ୧୮୫ ଡେଙ୍ଗୁ ରୋଗୀ ଚିହ୍ନଟ

Jul 3, 2023 - 09:58
Jul 4, 2023 - 09:58
 0  5
ରାଜ୍ୟରେ ୧୮୫ ଡେଙ୍ଗୁ ରୋଗୀ ଚିହ୍ନଟ
ରାଜ୍ୟରେ ୧୮୫ ଡେଙ୍ଗୁ ରୋଗୀ ଚିହ୍ନଟ

ରାଜ୍ୟରେ ୧୮୫ ଡେଙ୍ଗୁ ରୋଗୀ ଚିହ୍ନଟ
ଚଳିତ ବର୍ଷ ରାଜ୍ୟର ୧୬ଟି ଜିଲ୍ଲାରୁ ୧୮୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୯୬, ଯାଜପୁର ଜିଲ୍ଲାରୁ ୧୨, ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଚଳିତ ବର୍ଷ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ ମଧ୍ୟ ପଜିଟିଭ ସଂଖ୍ୟା କମ୍ ରହିଛି । ସେପଟେ ଟେଷ୍ଟିଂ ଅଧିକ ରହିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସୂଚନାଯୋଗ୍ୟ, ଏଡିସ ମଶା ଯୋଗୁଁ ଡେଙ୍ଗୁ ବ୍ୟାପିଥାଏ । ସାଧାରଣତଃ ସକାଳ ଓ ସନ୍ଧ୍ୟାରେ ଏହି ମଶା କାମୁଡ଼ିଥାନ୍ତି । ଏଡିସ ମଶା ସ୍ୱଚ୍ଛ ଓ ନିର୍ମଳ ପାଣିରେ ବଂଶ ବିସ୍ତାର କରୁଥିବାରୁ ପାଣି ଥିବା ସ୍ଥାନ, କୁଲର, ଟିଣ, କୁଡୁଆ ଆଦିରୁ ପାଣି ସଫା ରଖିବା ଉଚିତ ।

What's Your Reaction?

like

dislike

love

funny

angry

sad

wow