ଆୟବ୍ୟୟ ବିବରଣୀ ଅନଲାଇନରେ ଦାଖଲ କରିପାରିବେ ରାଜନୈତିକ ଦଳ

Jul 3, 2023 - 09:59
Jul 4, 2023 - 10:00
 0  3
ଆୟବ୍ୟୟ ବିବରଣୀ ଅନଲାଇନରେ ଦାଖଲ କରିପାରିବେ ରାଜନୈତିକ ଦଳ
ଆୟବ୍ୟୟ ବିବରଣୀ ଅନଲାଇନରେ ଦାଖଲ କରିପାରିବେ ରାଜନୈତିକ ଦଳ

ଆୟବ୍ୟୟ ବିବରଣୀ ଅନଲାଇନରେ ଦାଖଲ କରିପାରିବେ ରାଜନୈତିକ ଦଳ
ରାଜନୈତିକ ଦଳଗୁଡିକ ନିଜ ଆୟବ୍ୟୟ ବିବରଣୀ ଅନଲାଇନ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିପାରିବେ । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରାପ୍ତ ଅନୁଦାନ ରିପୋର୍ଟ, ଅଡିଟ ହୋଇଥିବା ବାର୍ଷିକ ଆୟବ୍ୟୟ ବିବରଣୀ ଓ ନିର୍ବାଚନ ସମୟରେ ହୋଇଥିବା ଖର୍ଚ୍ଚର ବିବରଣୀ ଅନଲାଇନରେ ଦାଖଲ କରିବା ପାଇଁ ଏକ ନୂଆ ୱେବ ପୋର୍ଟାଲ (https://iems.eci.gov.in/) ଆରମ୍ଭ କରିଛନ୍ତି । ଏ ସଂପର୍କରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜନୈତିକ ଦଳଗୁଡିକୁ ଚିଠି ଲେଖି ଜଣାଇ ଦିଆଯାଇଛି । ଯେଉଁ ରାଜନୈତିକ ଦଳଗୁଡିକ ନିଜ ଆର୍ଥିକ ବିବରଣୀ ଅନଲାଇନରେ ପ୍ରଦାନ କରିବାକୁ ଚାହୁଁ ନଥିବେ ସେମାନେ ଆୟୋଗଙ୍କୁ ଏହାର କାରଣ ସମ୍ପର୍କରେ ଲେଖି ଜଣାଇବେ ଓ ନିଜ ରିପୋର୍ଟ ଅଫଲାଇନରେ ଦାଖଲ କରିପାରିବେ । ନିର୍ବାଚନ ଆୟୋଗ ଏହି ରିପୋର୍ଟଗୁଡିକୁ ଅନଲାଇନରେ ପ୍ରକାଶ କରିବେ ।

What's Your Reaction?

like

dislike

love

funny

angry

sad

wow