ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି : ଅମିତ ଶାହା

No-confidence motion has been moved to mislead people: Amit Shah

Aug 9, 2023 - 18:26
 0  3
ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି : ଅମିତ ଶାହା

ଜନତାଙ୍କ ମଧ୍ୟରେ ବିରୋଧୀ ଭ୍ରାନ୍ତି ଆଣିବାକୁ ଏ ଅନାସ୍ଥା ପ୍ରସ୍ଥାବ ଆଣିଛନ୍ତି ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଲୋକସଭାରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଅନାସ୍ଥା ପ୍ରସ୍ତାବ ଦେଶରେ ବିରୋଧୀଙ୍କ ପ୍ରକୃତ ଚରିତ୍ରକୁ ଦର୍ଶାଇବ ବୋଲି ଅମିତ ଶାହା କହିଛନ୍ତି। ଶାହା କହିଛନ୍ତି ଯେ ମୋଦି ସରକାର ପରିବାରବାଦ ଓ ତୁଷ୍ଟୀକରଣକୁ ହଟାଇ ବିକାଶକୁ ପ୍ରାଥମିକତା ଦେଇଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଉପରେ ନା ଜନସାଧାରଣଙ୍କର ଅବିଶ୍ୱାସ ଅଛି ନା ଗୃହର। ପ୍ରଧାନମନ୍ତ୍ରୀ ୨୪ ଘଣ୍ଟାରୁ ୧୭ ଘଣ୍ଟା କାମ କରନ୍ତି। ଆମେ କ୍ରମାଗତ ଦୁଇ ଥର ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛୁ।

ସେ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ହିଁ ସବୁଠାରୁ ଅଧିକ ଲୋକଙ୍କ ବିଶ୍ୱାସ ଜିତିଛି। ଜନସାଧାରଣଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଲୋକଙ୍କ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ସେ ଗୋଟିଏ ବି ବିରତି ନନେଇ ଦିନକୁ ୧୭ ଘଣ୍ଟା ନିରନ୍ତର କାମ କରନ୍ତି। ଲୋକମାନେ ସେମାନଙ୍କ ଉପରେ ବିଶ୍ୱାସ କରନ୍ତି।

ଅମିତ ଶାହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧିଙ୍କ ନାମ ନ ନେଇ ସେ କହିଛନ୍ତି, ଜଣେ ନେତାଙ୍କୁ ୧୩ ଥର ଲଞ୍ଚ୍ କରାଯାଇଛି  ଏବଂ ସେ ୧୩ ଥର ଯାକ ବିଫଳ ହୋଇଛନ୍ତି। ଯେଉଁ ମହିଳାଙ୍କ ଘରକୁ ରାହୁଲ ଗାନ୍ଧି ଖାଇବାକୁ ଯାଇଥିଲେ, ତାଙ୍କର ମୋଦି ସରକାରଙ୍କ ଉପରେ ବିଶ୍ୱାସ ରହିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.