ବି.ଜେ.ବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଆଲୋଚନା ଚକ୍ର "କଳା, ସଂସ୍କୃତି ଏବଂ ଐତିହ" ଉଦଯାପିତ

Aug 9, 2023 - 18:29
 0  11
ବି.ଜେ.ବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଆଲୋଚନା ଚକ୍ର "କଳା, ସଂସ୍କୃତି ଏବଂ ଐତିହ" ଉଦଯାପିତ

ଭୁବନେଶ୍ୱର, ଅଗଷ୍ଟ ୯: ବି.ଜେ.ବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ଆନ୍ତର୍ଜାତିକ ଆଲୋଚନା ଚକ୍ର "କଳା, ସଂସ୍କୃତି ଏବଂ ଐତିହ" କାର୍ଯ୍ୟକ୍ରମର ସମାପନ ହୋଇଛି। ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର  ସଚିବ ମନୋଜ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପି. ସି. ଯୋଶୀ, ଓରମାସର ମୁଖ୍ୟ କ୍ୟାର୍ଯ୍ୟନିର୍ବାହୀ ଅଧିକାରୀ ପୂନମ ଗୁହା, ନାବାର୍ଡର ସି.ଜି.ଏମ୍ ସୁଧାଂଶୁ ମିଶ୍ର, ପ୍ରଫେସର ଆନନ୍ଦ ସିଂହ, ବି.ଜେ.ବି. ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ଗୁଲାମ ନୈମୁଦ୍ଦିନ ଖାଁନ ପ୍ରମୁଖ ଯୋଗ ଦେଇଥିଲେ।

କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ଗବେଷକ ଏବଂ ଗବେଷିକାମାନଙ୍କୁ ସଂସ୍କୃତି ଏବଂ ଐତିହ ସନ୍ଦର୍ଭରେ ଗବେଷଣାକରିବା ପାଇଁ ପ୍ରେରଣା ଦେଇଥିଲେ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଡ଼ଃ ଇତିଶ୍ରୀ ପାଢ଼ୀ । ବି.ଜେ.ବି. ସ୍ଵୟଂଶାସିତ ମହାବିଦ୍ୟାଳୟର ଉପ-ଅଧ୍ୟକ୍ଷ ଡଃ ମଧୁବ୍ରତା ଶତପଥୀ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow