ବର୍ଷକୁ ଦୁଇ ଥର ହେବ ବୋର୍ଡ ପରୀ

The board exam will be held twice a year

Aug 24, 2023 - 12:00
 0  5
ବର୍ଷକୁ ଦୁଇ ଥର ହେବ ବୋର୍ଡ ପରୀ

ଏଣିକି ବର୍ଷକୁ ଦୁଇ ଥର ହେବ ବୋର୍ଡ ପରୀକ୍ଷା। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏପରି ନିୟମ ଆସିବା ଫଳରେ ପିଲାମାନଙ୍କୁ ପର୍ଯ୍ୟାପ୍ତ ସମୟ ଏବଂ ସୁଯୋଗ ମିଳିବ ବୋଲି ମନ୍ତ୍ରଣାଳୟ କହିଛି। ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ୨୦୨୪ରୁ ଏହାକୁ ଲାଗୁ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାପ ହ୍ରାସ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଦୁଇଟି ବୋର୍ଡ ପରୀକ୍ଷା ଫଳ ମଧ୍ୟରୁ ଶ୍ରେଷ୍ଠକୁ ବିଚାରକୁ ନିଆଯିବ। ଏଥିସହ ଏକାଦଶ ଓ ଦ୍ୱାଦଶରେ ପିଲା ଦୁଇଟି ଭାଷା ପଢ଼ିବେ। ଏହି ଦୁଇଟି ଭାଷାରୁ ଛାତ୍ରଛାତ୍ରୀ ଗୋଟିଏ ଭାରତୀୟ ଭାଷା ପଢ଼ିବା ବାଧ୍ୟତାମୂଳକ। ପିଲାମାନେ ଏବେ କଳା, ବାଣିଜ୍ୟ, ବିଜ୍ଞାନରେ ସୀମିତ ନ ରହି ସେମାନଙ୍କ ପସନ୍ଦ ଅନୁଯାୟୀ ପଢ଼ିବେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.