ଯୁକ୍ତ ଦୁଇ ନାମଲେଖା ଆବେଦନ ସମୟସୀମା ବୃଦ୍ଧି

Jun 24, 2023 - 07:51
Jun 25, 2023 - 07:51
 0  14
ଯୁକ୍ତ ଦୁଇ ନାମଲେଖା ଆବେଦନ ସମୟସୀମା ବୃଦ୍ଧି
ଯୁକ୍ତ ଦୁଇ ନାମଲେଖା ଆବେଦନ ସମୟସୀମା ବୃଦ୍ଧି

ଯୁକ୍ତ ଦୁଇ ନାମଲେଖା ଆବେଦନ ସମୟସୀମା ବୃଦ୍ଧି
ରାଜ୍ୟ ସରକାର ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ନାମଲେଖା ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ ୨୦ ଥିବାବେଳେ ଏହାକୁ ଜୁନ ୨୬ ଯାଏଁ ବୃଦ୍ଧି କରାଯାଇଛି । ପରିବର୍ତ୍ତିତ ସୂଚୀ ଆନୁଯାୟୀ, ପ୍ରଥମ ମେଧା ତାଲିକା ଜୁଲାଇ ୨ରେ ପ୍ରକାଶିତ ହେବ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ଜୁଲାଇ ୩ରୁ ୮ ମଧ୍ୟରେ ନାମ ଲେଖାଇ ପାରିବେ । ସେହିପରି ଦ୍ଵିତୀୟ ମେଧା ତାଲିକା ଜୁଲାଇ ୧୬ରେ ପ୍ରକାଶ ପାଇବ ଓ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୯ ମଧ୍ୟରେ ନାମ ଲେଖାଇବେ । ଅନଲାଇନ ସ୍ପଟ ନାମଲେଖା ପ୍ରକ୍ରିୟା ଜୁଲାଇ ୧୭ରୁ ୨୭ ମଧ୍ୟରେ ହେବ । ଜୁଲାଇ ୨୯ରୁ ଯୁକ୍ତ ଦୁଇ ପାଠପଢା ଆରମ୍ଭ ହେବ ।

What's Your Reaction?

like

dislike

love

funny

angry

sad

wow