ଓଡିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଜୁଲାଇ ୮ରୁ ଆବେଦନ

Jul 4, 2023 - 21:49
 0  8
ଓଡିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଜୁଲାଇ ୮ରୁ ଆବେଦନ
ଓଡିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଜୁଲାଇ ୮ରୁ ଆବେଦନ

ଓଡିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଜୁଲାଇ ୮ରୁ ଆବେଦନ
ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରେ ନାମଲେଖା ପାଇଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ରେ ଅନୁଷ୍ଠିତ ହେବ । ରାଜ୍ୟ ମନୋନୟନ ବୋର୍ଡ (ଏସ୍‌ଏସ୍‌ବି) ଏହି ପରୀକ୍ଷା ପରିଚାଳନା କରିବ । ଏଥିପାଇଁ ଜୁଲାଇ ୮ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଜୁଲାଇ ୮, ଅପରାହ୍ନ ୨ଟାରୁ ସାମ୍ସ ୱେବସାଇଟରେ କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ଆବେଦନର ଶେଷ ତାରିଖ ଜୁଲାଇ ୧୫, ରାତି ୧୧ଟା ୪୫ ଧାର୍ଯ୍ୟ ହୋଇଛି । ପ୍ରବେଶିକା ପରୀକ୍ଷା ପାଇଁ ଅଗଷ୍ଟ ୭, ଅପରାହ୍ନ ୨ଟାରୁ ହଲ୍ ଟିକଟ୍ ୱେବସାଇଟରେ ଉପଲବ୍ଧ ହେବ । ଅଗଷ୍ଟ ୧୩ରେ ପରୀକ୍ଷା ହେବ ଏବଂ ଅଗଷ୍ଟ ୧୮ରେ ପ୍ରବେଶିକା ପରୀକ୍ଷାର ନମ୍ବର ଏସ୍ଏସ୍‌ବି ପକ୍ଷରୁ ଓକାକ୍‌କୁ ପ୍ରଦାନ କରାଯିବ । ଅଗଷ୍ଟ ୨୩ ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶିତ ହେବ । ସେହିପରି ଅଗଷ୍ଟ ୨୬ରେ ପ୍ରୋଭିଜନାଲ ଆଲଟମେଣ୍ଟ ସିଟ୍ ସମ୍ପର୍କରେ ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରଛାତ୍ରୀ ଅଗଷ୍ଟ ୨୮, ପୂର୍ବାହ୍ନ ୯ଟାରେ ନାମ ଲେଖାଇବା ପାଇଁ ରିପୋର୍ଟିଂ କରିବେ । ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର ଏବଂ ସମ୍ବଲପୁରରେ ପ୍ରବେଶିକା ଲାଗି ପରୀକ୍ଷା କେନ୍ଦ୍ର କରାଯିବ ।

What's Your Reaction?

like

dislike

love

funny

angry

sad

wow