ଏସ୍‌ସିବିରେ ଆରମ୍ଭ ହେବ ମଦର୍‌ ମିଲ୍‌କ ବ୍ୟା‌ଙ୍କ

Jul 4, 2023 - 21:50
 0  7
ଏସ୍‌ସିବିରେ ଆରମ୍ଭ ହେବ ମଦର୍‌ ମିଲ୍‌କ ବ୍ୟା‌ଙ୍କ
ଏସ୍‌ସିବିରେ ଆରମ୍ଭ ହେବ ମଦର୍‌ ମିଲ୍‌କ ବ୍ୟା‌ଙ୍କ

ଏସ୍‌ସିବିରେ ଆରମ୍ଭ ହେବ ମଦର୍‌ ମିଲ୍‌କ ବ୍ୟା‌ଙ୍କ
କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଖୁବଶୀଘ୍ର ଏକ ମଦର ମିଲ୍କ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ରରେ ଦୈନିକ ୫୦ରୁ ୬୦ଜଣ ମା ନିଜ କ୍ଷୀର ସଂରକ୍ଷିତ ରଖିପାରିବେ । ଏଥିପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟରେ କେନ୍ଦ୍ର ତିଆରି କରାଯାଇଥିବା ବେଳେ ୨୨ଲକ୍ଷ ଟଙ୍କାର ଉପକରଣ ରଖାଯାଇଛି । ଏହି କେନ୍ଦ୍ରର କାମ ସରିଥିବା ବେଳେ ଖୁବ୍‌ଶୀଘ୍ର ଏହାର ଲୋକାର୍ପଣ କରାଯିବ । ଶିଶୁରୋଗ ବିଭାଗୀୟ ମୁଖ୍ୟଙ୍କ ଅଧୀନରେ ‌ମଦର ମିଲ୍କ ବ୍ୟାଙ୍କ ପରିଚାଳିତ ହେବ । ଏହା ରାଜ୍ୟର ଦ୍ୱିତୀୟ ମଦର ମିଲ୍କ ବ୍ୟାଙ୍କର ମାନ୍ୟତା ପାଇବ । ପୂର୍ବରୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ମଦର ମିଲ୍କ ବ୍ୟାଙ୍କ ରହିଛି ।

What's Your Reaction?

like

dislike

love

funny

angry

sad

wow