ରାଜ୍ୟର ୧.୭ କୋଟି ହିତାଧିକାରୀଙ୍କୁ ପ୍ରଦାନ କରାଯିବ କୃମିନାଶକ ଔଷଧ
ରାଜ୍ୟର ୧.୭ କୋଟି ହିତାଧିକାରୀଙ୍କୁ ପ୍ରଦାନ କରାଯିବ କୃମିନାଶକ ଔଷଧ
ଜାତୀୟ କୃମିନାଶକ ଦିବସ (ଅଗଷ୍ଟ ୧୦) ଅବସରରେ ରାଜ୍ୟର ୧ କୋଟି ୭ ଲକ୍ଷ ୧୬ ହଜାର ୪୦ ଜଣ ହିତାଧିକାରୀଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବ । ଏହି ଅବସରରେ ଏକ ବର୍ଷରୁ ୧୯ ବର୍ଷ ବୟସ୍କଙ୍କୁ ଆଲବେଣ୍ଡାଜୋଲ୍ ଦିଆଯିବ । ସରକାରଙ୍କ ପକ୍ଷରୁ ସରକାରୀ ଓ ବେସରକାରୀ ସ୍କୁଲରେ ଔଷଧ ପ୍ରଦାନ କରାଯିବ ସହ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ କୃମିନାଶକ ଔଷଧ ଉପଲବ୍ଧ ରହିବ । ଅଗଷ୍ଟ ୧୦ରେ ଯଦି କୌଣସି କାରଣରୁ ଔଷଧ ଖାଇ ନପାରିବେ ସେମାନେ ଅଗଷ୍ଟ ୧୭ରେ ଔଷଧ ଖାଇ ପାରିବେ । ବର୍ଷକୁ ଦୁଇ ଥର ଫେବୃୟାରୀ ଓ ଅଗଷ୍ଟ ମାସରେ ଏହି ଦିବସ ପାଳନ କରାଯାଉଛି ।
What's Your Reaction?