ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ବନ୍ଦ

Aug 8, 2023 - 11:53
Aug 9, 2023 - 11:53
 0  5
ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ବନ୍ଦ
ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ବନ୍ଦ

ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ବନ୍ଦ
ବନ୍ୟା ଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିବା ଜଣାଯାଇଛି । ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ ସୂଚନା ମିଳିଛି । ଏବେ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପୂର୍ବରୁ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା । ଜଳସେଚନ ପାଇଁ ବରଗଡ଼ ମୁଖ୍ୟ କେନାଲରେ ୧ ହଜାର କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନକୁ ୨୫୧ କ୍ୟୁସେକ୍ ଯୋଗାଇ ଦିଆଯାଉଛି । ବେଲଗାଁରେ ୧୩,୨୦୦ କ୍ୟୁସେକ୍, ପର୍ଥଲାରେ ୫୫,୧୧୯ କ୍ୟୁସେକ୍, ଖଇରମାଲରେ ୪,୩୦,୦୦୦ କ୍ୟୁସେକ୍, ବରମୂଳଠାରେ ୪,୭୨,୦୦୦ କ୍ୟୁସେକ୍ ଓ ମୁଣ୍ଡଳୀରେ ୩,୪୭,୪୮୨ କ୍ୟୁସେକ୍ ପାଣି ମହାନଦୀରେ ପ୍ରବାହିତ ହେଉଥିଲା ।

What's Your Reaction?

like

dislike

love

funny

angry

sad

wow