ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ

Aug 8, 2023 - 12:04
Aug 9, 2023 - 12:04
 0  5
ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ
ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ

ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ
କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିଛି ବିଜୁ ଜନତା ଦଳ (ବିଜେଡି) । ମଙ୍ଗଳବାର ଏହି ପ୍ରସ୍ତାବ ଉପରେ ସଂସଦରେ ଆଲୋଚନା ହୋଇଥିଲା । ବିଜେଡି ପକ୍ଷରୁ ଲୋକସଭାରେ ଦଳର ନେତା ସାଂସଦ ପିନାକୀ ମିଶ୍ର କେନ୍ଦ୍ର ସରକାରଙ୍କ ସଫଳତା ବଖାଣି ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଜଣେ ଭଲ ବକ୍ତା ଓ ସଂସଦର ସବୁ ଅଧିବେଶନରେ ସେ ବକ୍ତବ୍ୟ ରଖିଥାନ୍ତି ବୋଲ ସାଂସଦ କହିଛନ୍ତି । କେନ୍ଦ୍ର ସରକାର ଓଡ଼ିଶାର ଅନେକ ଦାବି ପୂରଣ କ୍ଷେତ୍ରରେ ନିରବ ରହିଥିବାବେଳେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର କରିଥିବା ସହଯୋଗ ପ୍ରଶଂସନୀୟ । ଏଣୁ ବିଜେଡି ଏହି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ ବୋଲି ସାଂସଦ ମିଶ୍ର କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow